ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ ) ୦୭/୧୦:
ଚଳିତ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଆଜି ସଦର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ଆଦି ଉପରେ ଆଲୋଚନା କରାଯାଇଥିଲା।
ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଡିଏସପି. ଅମୃତା ମହାନ୍ତି, ଏସଡିପିଓ, ଶ୍ରୀ ହିମାଂଶୁ ବେହେରା, ତହସିଲଦାର ଶ୍ରୀ କୁଳମଣି
ରନବିଡ଼ା, ସୁନ୍ଦରଗଡ଼ ପୌର ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ ଏଵଂ ସମସ୍ତ ପୂଜା କମିଟି ଯଥା – ରଙ୍ଗାଢ଼ିପା ର ପୂଜା କମିଟି, ରିଜେଣ୍ଟ ମାର୍କେଟ, ଗାନ୍ଧୀ କ୍ଲବ, ବସ ଷ୍ଟାଣ୍ଡ, ପୋଷ୍ଟ ଅଫିସ ଛକ, ଆର୍ ଆର୍ ଆଇ ଟି ଦୁର୍ଗା ପୂଜା କମିଟି, ବ୍ରାହ୍ମଣ ପଡ଼ା, ଶଙ୍କରା ଆଦି ପୂଜା କମିଟି ର ସଦସ୍ୟ ତଥା କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ଏବଂ ନିଜ ନିଜ କମିଟି ର ପୂଜା ପ୍ରସ୍ତୁତି ଉପରେ ଉପସ୍ଥାପନ କରିଥିଲେ।
ବୈଠକ ରେ ଏହି
ପାର୍ବଣ
କୁ
କିଭଳି
ଭାବେ ଶାନ୍ତି ଶୃଙ୍ଖଳା ରକ୍ଷା କରି ହର୍ଷ ଉଲ୍ଲାସ
ର ସହ ପାଳନ କରାଯିବ ତାହା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ସେହିପରି ପ୍ରତ୍ୟେକ ପୂଜା ପେଣ୍ଡାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସମସ୍ତ କମିଟିକୁ କୁହାଯାଇଥିଲା। ଏହି ସମୟରେ ଟ୍ରାଫିକ ପରିଚାଳନା ତଥା ଭିଡ ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକୀୟ ପୋଲିସ ମୁତୟନ କରାଯାଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସେହିପରି ପୋଲିସଙ୍କୁ ସହଯୋଗ କରିବା ନିମନ୍ତେ ପୂଜା କମିଟି ଗୁଡିକ ସ୍ବେଚ୍ଛାସେବୀ ମାନଙ୍କୁ ମଧ୍ୟ ନିୟୋଜିତ କରିବାକୁ ବୈଠକ ରେ ଆଲୋଚନା ହୋଇଥିଲା।
ପାର୍ବଣ ସମୟ ରେ ଅସାମାଜିକ ଲୋକ ତଥା ଚୋର ଏବଂ ଦ୍ରୁତ ବେଗରେ ଗାଡ଼ି ଚାଳନା, ନିଶାସକ୍ତ ହୋଇ ଗାଡ଼ି ଚାଳନା ଆଦି ପ୍ରତି ବିଶେଷ ଧ୍ୟାନ ଦେବାକୁ ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯିବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ସେହିପରି ପୂଜା କମିଟି ମାନେ ପୂର୍ବରୁ ମାଇକ ପାଇଁ ଆବେଦନ କରିବେ ଏବଂ ରାତି ୧୦ ଟା ପରେ ବିକଟାଳ ଶଦ୍ଦ ଯୁକ୍ତ ମାଇକ ବ୍ୟବହାର କରିବେ ନାହିଁ। ଏବଂ ଯଦି ଏହାର ଖିଲାପ କରୁଥିବାର ଅହିଯୋଗ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ସରାବୁ କହିଥିଲେ।
ପାର୍ବଣ ପୂର୍ବରୁ ସହର ମଧ୍ୟସ୍ଥ ସମସ୍ତ ଡ୍ରେନ ଗୁଡିକର ସଫେଇ ଏବଂ ବିଦ୍ୟୁତିକରଣ ବ୍ୟବସ୍ଥା ନିମନ୍ତେ ପୌର ନିର୍ବାହୀ ଅଧିକାରୀ ଏବଂ ବିଦ୍ୟୁତିକରଣ ସଂସ୍ଥା ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପାର୍ବଣ କୁ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ କମିଟି ଏବଂ ଜନସାଧାରଣ ଙ୍କୁ ଅନୁରୋଧ କରାଯାଇଅଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।