MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର

ମୋଟିଭି ଓଡିଶା / ନୂଆ ଦିଲ୍ଲୀ :

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶୁକ୍ରବାର (ଜୁନ୍ ୭) ନୂଆଦିଲ୍ଲୀରେ ଏନଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଜେପି, ଟିଡିପି, ଜେଡିୟୁ, ଏଲଜେପି (ଆର), ଶିବସେନା (ସିନ୍ଦେ ଗୋଷ୍ଠୀ), ଜେଡିଏସ ଏବଂ ଏନଡିଏର ଅନ୍ୟାନ୍ୟ ସହଯୋଗୀ ଦଳର ନବନିର୍ବାଚିତ ସାଂସଦମାନେ ଯୋଗଦେବେ। ସେପଟେ ବିଜେପି ଓ ଜେଡିୟୁର ନେତାମାନେ ଅଲଗା ଅଲଗା ବୈଠକ କରିବା ପରେ ରାଜଧାନୀରେ ରାଜନୈତିକ ଗତିବିଧି ଜୋର ଧରିଛି।ଜାତୀୟ ରାଜଧାନୀରେ ଏନଡିଏ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ଜୋରଦାର ଆଲୋଚନା ଚାଲିଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ କ୍ୟାବିନେଟ ଗଠନ ନେଇ ଏନଡିଏ ସହଯୋଗୀଙ୍କ ସହ ଆଲୋଚନା କରିବାକୁ ଦାୟିତ୍ୱ ଦିଆଯାଇଛି। ଆଜି ଶ୍ରୀ ନଡ୍ଡା ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଏକ ଲମ୍ବା ବୈଠକ କରିଛନ୍ତି।

ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ପୀୟୂଷ ଗୋୟଲ, ପ୍ରହ୍ଲାଦ ଯୋଶୀ, ମନସୁଖ ମାଣ୍ଡଭିଆ ଓ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ଓ ବିନୋଦ ତାୱଡେ ପ୍ରମୁଖ ଉପସ୍ଥିତ ଥିଲେ। ଜେଡିୟୁର ଅନେକ ନେତା ମଧ୍ୟ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଦଳର ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ଏନଡିଏ ସଂସଦୀୟ ଦଳ ବୈଠକ ପୂର୍ବରୁ ଶୁକ୍ରବାର ସକାଳେ ଜେଡିୟୁ ସଂସଦୀୟ ଦଳ ବୈଠକ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମେଣ୍ଟ ନେତା ଭାବେ ଚୟନ କରାଯାଇଛି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।