February 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ପ୍ରସ୍ତୁତି

ମୋଟିଭି ଓଡିଶା : ଆସନ୍ତା କାଲି ହବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ l ସେଥିପାଇଁ ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ଚାଲିଛି ପ୍ରସ୍ତୁତି। ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ଜନତା ମୈଦାନରେ ଏସପିଜି ଟିମ ସମେତ ଜଣେ ଡିଆଇଜି ର୍ୟାଙ୍କର ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ, ଗୁଇନ୍ଦା ନିର୍ଦେଶକ, ପୋଲିସ କମିଶନର ଓ ଭୁବନେଶ୍ବର ଡିସିପି ଉପସ୍ଥିତି ରହି ତନ୍ନତନ୍ନ ଯାଞ୍ଚ କରିଛନ୍ତି। କଡାସୁରକ୍ଷା ବଳୟ ଭିତରେ ଭୁବନେଶ୍ବର ଥିବା କହିଛନ୍ତି ପୋଲିସ ଡିଜି । ବିମାନବନ୍ଦର, ପାର୍ଟି ଅଫିସ, VVIP ରହଣି ସ୍ଥଳୀ ଓ ଉତ୍ସବସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହାସହ ଟ୍ରାଫିକ୍ ଓ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ  ଓ ବହୁ ବିଶିଷ୍ଟ ବ୍ୟକ୍ତି ହେବେ ସାମିଲ । 

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ତଦାରଖ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ ବରିଷ୍ଠ ନେତା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟପ୍ରଦେଶର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଶ୍ୱାସ କୈଳାଶ ସାରଙ୍ଗ ଏବଂ ମଧ୍ୟପ୍ରଦେଶ ବିଜେପିର ପୂର୍ବତନ ସଂଗଠନ ମନ୍ତ୍ରୀ ଆଶୁତୋଷ ତିୱାରୀ ପହଞ୍ଚିଛନ୍ତି | ଶପଥ ଗ୍ରହଣ କାର୍ଯ୍ୟକ୍ରମର ତଦାରଖ କରିବେ ଏହି ଦୁଇ ବରିଷ୍ଠ ନେତା । ଭୁବନେଶ୍ୱରରେ ରହି କାର୍ଯ୍ୟକ୍ରମ ପରିଚାଳନା କରିବାକୁ ଆସିଛନ୍ତି ଏହି ଦୁଇ ନେତା ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।