ନବରଙ୍ଗପୁର : ୨୯/୧୦/୨୪
ଡିସେମ୍ବର ୬ ରୁ ଆରମ୍ଭ ହେବ ନବରଙ୍ଗପୁର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ । ସ୍ଥାନୀୟ ମିଶନ ଶକ୍ତି ହଲ ଠାରେ ଏନେଇ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ଡିସେମ୍ବର ୬ ରୁ ୧୦ ଜିଲ୍ଲା ସ୍ତରୀୟ ମଣ୍ଡେଇ ମହୋତ୍ସବ ପାଳନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।
ଆସନ୍ତା ନଭେମ୍ବର ୨୦ ତାରିଖ ଦିନ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧଡ୍ରା ଗ୍ରାମ ଠାରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ସହ ଚଳିତ ଥର ପୂର୍ବ ଭଳି ମଣ୍ଡେଇ ମହୋତ୍ସବ ତୃଣମୂଳ ସ୍ତରରେ ପାଳିତ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ବ୍ଲକ ସ୍ତରରେ ଅନୁଷ୍ଠିତ ମହୋତ୍ସବ ରେ ସ୍ଥାନୀୟ କଳାକାର ଙ୍କୁ ଗୁରୁତ୍ୱ ଅଗ୍ରାଧିକାର ଦିଆଯିବା ସହ ସ୍ଥାନୀୟ ଲୋକ କଳା କୁ ପ୍ରଦର୍ଶିତ କରାଯିବା ନେଇ ନିଷ୍ପତି ନିଆଯାଇଛି ।
ଏହି ଅବସରରେ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ଙ୍କୁ ଅଗ୍ରାଧିକାର ଦିଆଯାଇ ପୁରସ୍କୃତ କରାଯାଇ କଳାକାର ଙ୍କୁ ସମ୍ମାନିତ କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି । ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ରେ ସ୍ଥାନୀୟ ବିଧାୟକ, ବ୍ୟବସାୟୀ, ମିଲର ଆସୋସିଏସନ, ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।