ମୋ ଟିଭି ଓଡିଶା / ଗଞ୍ଜାମ :
ତିନି ଦଫା ଦାବୀ ପୁରଣ ନେଇ ରାଜ ରାସ୍ତା କୁ ଓହ୍ଲାଇଛି ଓଡିଶା ସ୍ୱଚ୍ଛ ସାଥି ଓ ସୁପରଭାଇଜର ସଙ୍ଘ l ବିନା ସର୍ତ୍ତ ରେ ସ୍ୱଚ୍ଛ ସାଥି ଓ ସୁପରଭାଇଜର ମାନଙ୍କ ବର୍ଦ୍ଧିତ ଦରମା ପ୍ରଦାନ, ଶ୍ରମ ଆଇନ ଅନୁସାରେ ସର୍ବନିମ୍ନ ମଜୁରୀ ପ୍ରଦାନ ସହ ସମାନ କାମକୁ ସମାନ ଦରମା ଭଳି ତିନି ଦଫା ଦାବୀ ନେଇ ରାଜ ରାସ୍ତାକୁ ଓଲ୍ହାଇଛି ସଙ୍ଘ l ଆଜି ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ମୂଖ୍ୟ ଫାଟକ ସମୁଖ ରେ ଓଡିଶା ସ୍ୱଚ୍ଛ ସାଥି ଓ ସୁପରଭାଇଜର ସଙ୍ଘ ଆସିକା ଶାଖାର ସମସ୍ତ ସଦସ୍ୟା ମାନେ ପ୍ରତିବାଦ ପ୍ରଦର୍ଶନ କରିବା ସହ ସ୍ଲୋଗାନ ଦେଇଥିଲେ l ତେବେ ସମସ୍ୟା ନେଇ ପୂର୍ବରୁ ବହୁବାର ଉପରିସ୍ଥ ଅଧିକାରୀ ମାନଙ୍କୁ ଅଭିଯୋଗ କରାଯାଇଥିବା ବେଳେ ସମସ୍ୟା ର ସମାଧାନ ନହେବାରୁ ରାଜରାସ୍ତା କୁ ଓହ୍ଲାଇଛି ସଙ୍ଘ l ଯଦି ଆଗାମୀ ଦିନରେ ସରକାର ଏହାରି ଉପରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି କହିଛନ୍ତି ଓଡିଶା ସ୍ୱଚ୍ଛ ସାଥି ଓ ସୁପରଭାଇଜର ସଙ୍ଘ ସଦସ୍ୟା l
ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।