February 23, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜାମ୍ମୁ – କାଶ୍ମୀରରୁ ଉଠିଲା ରାଷ୍ଟ୍ରପତି ଶାସନ

ମୋ ଟିଭି ଓଡିଶା / ନୂଆଦିଲ୍ଲୀ :

ଜାମ୍ମୁ କାଶ୍ମୀରରୁ ରାଷ୍ଟ୍ରପତି ଶାସନକୁ ଉଠାଇ ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ ରବିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ଏଠାରେ ନୂତନ ସରକାର ଗଠନ କରିବା ପାଇଁ ରାସ୍ତା ସଫା ହୋଇଛି।

ନ୍ଯାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଶୁକ୍ରବାର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ ସାକ୍ଷାତ କରି ଜାମ୍ମୁ ଏବଂ କାଶ୍ମୀରରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ପରେ ଏକ ନୂତନ ସରକାର ଗଠନ କରିବାକୁ ଦାବି କରିଛନ୍ତି।

ଜାମମୀ କାଶ୍ମୀର ବିଧାନସଭା ନିର୍ବାଚନରେ ନ୍ଯାସନାଲ କନଫରେନ୍ସ (ଏନସି) ୪୨ ଟି ସିଟ୍ ଜିତିଥିବାବେଳେ କାଶ୍ମୀରରେ କଂଗ୍ରେସ ମାତ୍ର ୬ ଟି ଏବଂ ଜାମ୍ମୁ ରେ ଗୋଟିଏ ଆସନ ହାସଲ କରିଛି। ଦୁଇ ଦଳ ନିର୍ବାଚନ ପୁର୍ବରୁ ମେଣ୍ଟ ଗଠନ କରିଥିଲେ। ଚାରିଜଣ ସ୍ୱାଧୀନ ବିଧାୟକ ଏବଂ ଆମ୍ ଆଦମୀ ପାର୍ଟି (ଏଏପି) ଙ୍କ ସମର୍ଥନ ଦ୍ୱାରା ସେମାନଙ୍କର ସ୍ଥିତି ମଜବୁତ ହୋଇଛି । ଭାରତୀୟ ଜନତା ପାର୍ଟି ୨୯ ଟି ସିଟ୍ ବିଶିଷ୍ଟ ଦ୍ୱିତୀୟ ବୃହତ୍ତମ ଦଳ ଭାବରେ ଉଭା ହୋଇଛି।

୧୦ ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ଜାମ୍ମୁ କାଶ୍ମୀର ରେ ବିଧାନସଭା ନିର୍ବାଚନ କରାଯାଇଥିଲା। ଜୁନ୍ ୧୯,୨୦୧୮ରେ ପିଡିପି-ଭାଜପା ମେଣ୍ଟ ଭାଙ୍ଗିଯିବା ପରେ ଏହି ଅଞ୍ଚଳରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ପରେ ୨୦୧୯ ରେ, କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦ ରଦ୍ଦ କରି ରାଜ୍ୟକୁ କେନ୍ଦ୍ର ଶାସିତ ଅଞ୍ଚଳ କରିଥିଲେ।

ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ରେ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ନିର୍ବାଚନ ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ଥିଲା, ଯାହା ଏହାକୁ ଏକ ଐତିହାସିକ ଘଟଣା କରିଥିଲା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।