MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜାତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ସାମ୍ବାଦିକ ସମ୍ମିଳନୀ।


ଗ୍ରାମାଞ୍ଚଳରେ କ୍ରୀଡା ପ୍ରତିଭା ମାନଙ୍କର ବିକାଶ କରିବା ପାଇଁ ଅଣ୍ଟା ଭିଡିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଦୁଇ ଦୁଇଟି କ୍ରୀଡା ଅନୁଷ୍ଠାନ। ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠ ପୁରାତନ ଛାତ୍ର ସଂସଦ ଓ ନିରାକାରପୁର ସଖା ସଂଘ କ୍ରୀଡା ସଂସଦ ପକ୍ଷରୁ ହୋଇଛି ସାମ୍ବାଦିକ ସମ୍ମିଳନୀ। ଟାଙ୍ଗୀ ଚିଲିକା ଷ୍ଟାଡିୟମ ରେ ଅନୁଷ୍ଠିତ ହେଵ ସର୍ବ ଭାରତୀୟ ଟାଙ୍ଗୀ କପ ଫୁଟୁବଲ ଟୁର୍ନାମେଣ୍ଟ ୨୦୨୫ ଓ ନିରାକାରପୁର କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହେବ ସର୍ବ ଭାରତୀୟ ସଖାସଂଘ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଟାଙ୍ଗୀ ଚିଲିକା ଷ୍ଟାଡିୟମରେ ୬ ତାରିଖ ଠାରୁ ଆରମ୍ଭ ହୋଇ ୧୨ତାରିଖରେ ଉଦଯାପିତ ହେବାକୁ ଥିବା ବେଳେ ନିରାକାରପୁର ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୨ତାରିଖ ରୁ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରୀଡା ସଂସଦର ସଦସ୍ୟମାନେ।

ଏହି ଅବସରରେ ଟାଙ୍ଗୀ ଚିଲିକା କ୍ଳବ ପରିସରରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟାଙ୍ଗୀ ପୂରାତନ ଛାତ୍ର ସଂସଦ ସଭାପତି କିଶୋର କୁମାର ବେହେରା । ଟାଙ୍ଗୀ ଚିଲିକା ଟୁର୍ନାମେଣ୍ଟ ରେ ଓଡିଶା ର ୩ଟି ଦକ୍ଷ ଫୁଟବଲ୍ ଦଳ ସହିତ ପଡୋଶୀ ପଶ୍ଚିମ ବଙ୍ଗ, ବିହାର, ଛତିଶଗଡ ,ଝାଡ଼ଖଣ୍ଡ ଓ ଆନ୍ଦ୍ରପ୍ରଦେଶର ଦକ୍ଷ ଫୁଟବଲ୍ ଦଳ ଭାଗ ନେବାକୁ ଥିବା ବେଳେ ନିରାକାରପୁର ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଓଡ଼ିଶାର ୪ଟି ଦାମୀ ଫୁଟବଲ କ୍ଲବ ଭାଗଦେଇଥିବା ବେଳେ କଲିକତା, ବିଶାଖାପାଟଣା , ଛଡିଶଗଡରୁ ୪ଟି ଟିମ ଭାଗ ନେବେ ବୋଲି ସଖାସଂଘ କ୍ରୀଡା ସଂସଦ ସଭାପତି ବିପିନ କୁମାର ଜୟସିଂହ ସୂଚନା ଦେଇଛନ୍ତି।

ମୋ ଟିଭି ଓଡିଶା, ଟାଙ୍ଗୀ

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।