February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗଞ୍ଜେଇ ଘଟଣାରେ ଏସ ପି କଲେ ସାମ୍ୱାଦିକ ସମ୍ମିଳନୀ

ଗତ କାଲି ଟାଉନ ପୋଲିସ ଦ୍ୱାରା ଜବତ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ଘଟଣାରେ ଏସ ପି କଲେ ସାମ୍ୱାଦିକ ସମ୍ମିଳନୀ, ଦେଲେ ବିଷଦ ସୂଚନା….

ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ ) ୨୬/୧୧/୨୪

ଆଜି ନଭେମ୍ବର 26 ତାରିଖ ଦିନ 1:30 ମିନିଟ୍ ସମୟରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଏସ ପି ପ୍ରତ୍ୟୁଷ ଦିବାକର କଲେ ସାମ୍ୱାଦିକ ସମ୍ମିଳନୀ। ଗତ କାଲି ଟାଉନ ପୋଲିସ ଦ୍ୱାରା ଜବତ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ଉପରେ ବିଷଦ ସୂଚନା ଦେଲେ ।

ଗତକାଲି ଅପରାହ୍ନ ପ୍ରାୟ 3:30 ପାଖାପାଖି ଟାଉନ ପୋଲିସ ଏହି ସୂଚନା ପାଇଥିଲା। ସୂଚନା ପାଇବା ମାତ୍ରେ ଟାଉନ ଥାନା ଅଧିକାରୀ ଏସ ପି ଓ ଏସଡିପିଓଙ୍କୁ ସୂଚିତ କରିଥଲେ। ଏହି ଗଞ୍ଜେଇ ବୋଝେଇ ଟ୍ରକକୁ ଟ୍ରାକ କରିବା ନେଇ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରଯାଇଥିଲା। ତେବେ ସୂଚନା ମୁତାବକ ଟାଉନ ପୋଲିସ ହାତରେ ସମ୍ପୃକ୍ତ ଟ୍ରକ OD -19F-7626 ପତ୍ରାପାଲି ଓ ଲୁହୁରାଢିପା ମଝି ଓଭର ବ୍ରିଜ ନିକଟରେ ଧରା ପଡ଼ିଥିଲା।

ତେବେ ଏହି ଟ୍ରକର ଚାଳକ ଅନୁଗୋଳ ନାଲକୋରୁ ଆଲୁମିନିୟମ ସିଟ୍ ସହ 543.150 kg ଓଜନର ଗଞ୍ଜେଇ ନେଇ ରାଜସ୍ଥାକୁ ଯାଉଥିଲା। ସେହି ଗଞ୍ଜେଇ ଚୋରାରେ ଚାଲାଣ ହେଉଥିବା ନେଇ ସୁନ୍ଦରଗଡ଼ ଟାଉନ ପୋଲିସକୁ ସୂଚନା ମିଳିଥିଲା। ନିଜର ଉପାର୍ଜନକୁ ବଢେଇବା ନେଇ ଟ୍ରକ ଚାଳକ ନିରଞ୍ଜନ ପ୍ରଧାନ ଏହି ପନ୍ଥା ଗ୍ରହଣ କରିଥିଲା ବୋଲି ପୋଲିସ ନିକଟରେ ବୟାନ ଦେଇଛି। ଗତକାଲି ଟାଉନ ଥାନାରେ ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଜବତ କରାଯାଇ ଓଜନ କରାଯାଇଥିଲା । 

ଏହି ଗଞ୍ଜେଇ ସମ୍ପୃକ୍ତ ଟ୍ରକ ଚାଳକ ଉତ୍ତର ପ୍ରଦେଶର ମଥୁରାକୁ ନେଉ ଥିଲା ବୋଲି ଏସ୍ପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି। ଏହା ସହ ଟାଉନ ଥାନା କେଶ ନମ୍ବର 387ରେ ଏହି ମାମଲା ରୁଜ୍ଜୁ ହୋଇଥିବା ବେଳେ ଅଭିଯୁକ୍ତ ନିରଞ୍ଜନ ପ୍ରଧାନକୁ ଦଫା 20(b)(ii)(c) NDPS Act ରେ କୋର୍ଟ ଚାଲାଣ କରାଯିବ ବୋଲି ଏସପି କହିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।