February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମରାମତି ମାଗିଲାଣି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ


ଆଗରପଡ଼ା ( ମୋ ଟିଭି ଓଡିଶା ) : ତା୨୯/୮:

ରାସ୍ତା ନିର୍ମାଣ ପରେ ରାସ୍ତାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ ଦୃଷ୍ଟି ଦିଆଯାଉନଥିବାରୁ ଏହାର ନିର୍ମାଣ ମୁଲ୍ୟହୀନ ହୋଇପଡ଼ୁଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଆଗରପଡ଼ା-ବରପଦା ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ଧୋବାଗଡ଼ିଆ ଠାରୁ କାଉପୁରକୁ ଲମ୍ବିଥିବା ପାଖାପାଖି ୪ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରେ । ରାସ୍ତା ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଗତ ବର୍ଷ ୨୦୨୦ ମାର୍ଚ୍ଚ ମାସରେ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ହୋଇଥିଲା । କିନ୍ତୁ ନିର୍ମାଣ ସରିବା ପରେ ଏହାର ସ୍ଥାୟିତ୍ୱ ପ୍ରତି ବିଭାଗ ତରଫରୁ କୌଣସି ଦୃଷ୍ଟି ଦିଆନଯିବା ଓ ଦୀର୍ଘ ବର୍ଷ ଧରି ଆବଶ୍ୟକୀୟ ମରାମତି ଅଭାବରୁ ଉକ୍ତ ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟିଲାଣି । ଉକ୍ତ ରାସ୍ତାରେ ନିର୍ମାଣ ହୋଇଥିବା କଂକ୍ରିଟ ରାସ୍ତା ବର୍ତ୍ତମାନ ଫାଟି କେରାକେରା ହୋଇଯିବା ସହ ଗମନାଗମନରେ ବିପଦ ସୃଷ୍ଟି କରୁଛି । ରାତିରେ ଉକ୍ତ ରାସ୍ତାରେ ଯିବା ଅର୍ଥ ମରଣକୁ ଆମନ୍ତ୍ରଣ କରିବା ପରିସ୍ଥିତି ସୃଷ୍ଟି ହୋଇଛି । ମିଟୁଆଣୀ, ବେଲଗଡ଼ିଆ, ତୁମ୍ଭାପଦୀ, ମୁକ୍ତାଡ଼ିହୀ ଆଦି ଗ୍ରାମର ଗ୍ରାମବାସୀମାନେ ଏହି ରାସ୍ତା ଦେଇ ପ୍ରତିଦିନ ଯାଆଆସ କରିଥାନ୍ତି । ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହେବା ସହ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମିବା ଦ୍ୱାରା ଯିବା ଆସିବା କରିବା ପାଇଁ ଏହା ସଂପୂର୍ଣ୍ଣ ଅନୁପଯୋଗି ହୋଇପଡ଼ିଛି । ରାସ୍ତା ସମସ୍ୟା ଯୋଗୁଁ ଅନେକ ସମୟରେ ସାଇକେଲ ଓ ମଟର ସାଇକେଲ ଆରୋହୀ ଏହି ରାସ୍ତାରେ ଯାଆଆସ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଆହତ ହେଉଥିବାର ପରିଲକ୍ଷିତ ହେଉଛି । ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଉକ୍ତ ସଡ଼କର ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହେଉଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।