January 7, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କୁଏତ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କୁଏତ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୪୩ ବର୍ଷରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ କୁଏତ ଗସ୍ତ କରିବେ ।


ଡିସେମ୍ବର ୨୧ ଓ ୨୨ ରେ କୁଏତ ଗସ୍ତ କରିବେ ପିଏମ । ଭାରତ ହେଉଛି କୁଏତର ଅନ୍ୟତମ ପ୍ରମୁଖ ବାଣିଜ୍ୟ ସହଯୋଗୀ । ଭାରତୀୟ ସମ୍ପ୍ରଦାୟ ମଧ୍ୟ ହେଉଛି କୁଏତର ସବୁଠାରୁ ବଡ଼ ପ୍ରବାସୀ ସମ୍ପ୍ରଦାୟ । ଏହି ଗସ୍ତ ଭାରତ ଓ କୁଏତ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ସୁଯୋଗ ପ୍ରଦାନ କରିବ । ନିକଟରେ କୁଏତର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଅଲ୍ଲୀ ଅଲ୍ ୟାହିୟା ଭାରତ ଆସିଥିଲେ । ସେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ ଭାରତ ଏବଂ କୁଏତ ମଧ୍ୟରେ ବହୁମୁଖୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ । ବୁଧବାର ମଧ୍ୟ ଦୁଇ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଅନୁଯାୟୀ ବୈଦେଶିକ ମନ୍ତ୍ରୀସ୍ତରରେ ଏକ ଯୁଗ୍ମ ସହଯୋଗ ଆୟୋଗ ଗଠନ କରାଯାଇଛି। ୨୦୨୧ରେ ଦୁଇ ଦେଶ ମଧ୍ୟରେ ଶ୍ରମିକଙ୍କ ଗମନାଗମନ ପାଇଁ ଏକ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଯେଉଁଥିରେ ଘରୋଇ ଶ୍ରମିକ ନିଯୁକ୍ତି ସମ୍ପର୍କିତ ଥିଲା । କୁଏତରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଆକାର ପ୍ରାୟ ୧ ନିୟୁତ ।

ମୋ ଟିଭି ଓଡିଶା, ନୂଆଦିଲ୍ଲୀ

Latest news