January 26, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ:

ମୋ ଟିଭି ଓଡିଶା / ଭୁବନେଶ୍ୱର :

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ କଂଗ୍ରେସ ଆଣିଲା ସ୍ବାଧିକାର ଭଙ୍ଗ ନୋଟିସ । ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା ମାମଲାରେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି ଏହି ନୋଟିସ ଆଣିଛନ୍ତି । ଗୃହ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ବାହାରେ ଏହି ଘୋଷଣା ଫଳରେ ବିଧାନସଭାର ସ୍ବାଧିକାର ଭାଙ୍ଗିଛି ବୋଲି ତାରା ଅଭିଯୋଗ କରିଛନ୍ତି । ଏହି ନୋଟିସରେ ଆଲୋଚନା ପାଇଁ କଂଗ୍ରେସ ସଦସ୍ୟମାନେ ଅଡି ବସିବା ସହ ନାରାବାଜୀ ମଧ୍ୟ କରିଛନ୍ତି । ତାରାଙ୍କ ନୋଟିସକୁ ବାଚସ୍ପତି ଗ୍ରହଣ କରିଛନ୍ତି । ନାଟକୀୟ ଭାବେ ଶାସକ ଦଳ ଭାରତୀୟ ଜନତା ପାର୍ଟିର ବିଧାୟକ ଇରାଶିଷ ଆଚାର୍ଯ୍ୟ ମଧ୍ୟ କଂଗ୍ରେସ ବିଧାୟକ ତାରାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି । ସ୍ବାଧୀକାର ନୋଟିସ ଆଣିବା ପୂର୍ବରୁ ତାରା ଗୃହ ବାହାରେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଏହା ମଧ୍ୟ ସ୍ବାଧିକାର ନିୟମକୁ ଉଲ୍ଲଂଘନ କରିଛି ବୋଲି ଇରାଶିଷ ଅଭିଯୋଗ କରିଛନ୍ତି ।

ଗୃହ ଆରମ୍ଭ ହେବା ପରେ ଶୂନ୍ୟକାଳରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି। ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଅଗ୍ନିବୀରଙ୍କ ପାଇଁ ଘୋଷଣାକୁ ସମାଲୋଚନା କରି ତାରା କହିଛନ୍ତି, ‘‘ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଛି । ନୂଆ ପରମ୍ପରା ସୃଷ୍ଟି କରାଯାଇଛି । ଗୃହ ଚାଲିବା ସମୟରେ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିବା କେତେଦୂର ଠିକ । ମୁଖ୍ୟମନ୍ତ୍ରୀ ଯେତେବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ, ସେତେବେଳେ ସେ ମଧ୍ୟ ଦୁଇ ଦୁଇଜଣ ମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଛନ୍ତି । କିନ୍ତୁ ସେ ନିଜେ ଆଜି କିମିତି ନିୟମ ଭଙ୍ଗ କଲେ । ଗୃହରେ ମୁଖ୍ୟମନ୍ତ୍ରୀ ଘୋଷଣା ନକରି ସଚିବାଳୟରେ ଘୋଷଣା କରିବାର ମାନେ କ’ଣ ? ସେ ଗୃହକୁ ଭୟ କରିଛନ୍ତି । ଗୃହକୁ ବିଶ୍ୱାସ କରିନାହାନ୍ତି । ମର୍ଯ୍ୟାଦା ଭଙ୍ଗ କରିଛନ୍ତି । ତାଙ୍କ ବିରୋଧରେ ମୁଁ ସ୍ୱାଧିକାର ଭଙ୍ଗ ଆଣିଛି । ଆପଣ (ବାଚସ୍ପତି) ରୁଲିଂ ଦିୟନ୍ତୁ । ଏହି ନୋଟିସ୍‌ ପ୍ରିଭିଲେଜ୍ କମିଟିକୁ ଯାଉ ।’’

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, “ଗୃହ ଚାଲିଥିବା ବେଳେ ଯାହା ଘୋଷଣା କରିବା କଥା, ତାହା ଗୃହ ମଧ୍ୟରେ ହେବା କଥା । ଗୃହ ବିଭାଗ ,ଅର୍ଥ ବିଭାଗ ଓ ‘ଏଜି’ଙ୍କ ସହ ଆଲୋଚନା କରିଛନ୍ତି କି ? ହାଇକୋର୍ଟର ନିର୍ଦ୍ଦେଶ ଅଛି । ତଥାପି ମୁଖ୍ୟମନ୍ତ୍ରୀ ଭୁଲ କରିଛନ୍ତି । ଆମେ ଚେତେଇ ଦେଉଛୁ, ନୂଆ ସରକାରର ନୂଆ ମୁଖ୍ୟମନ୍ତ୍ରୀ ଗୃହରେ କ୍ଷମା ପ୍ରାର୍ଥନା କରନ୍ତୁ ।” ଗୃହ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ବାହାରେ ଘୋଷଣା ସମସ୍ତଙ୍କୁ ଆଘାତ ଦେଇଛି ବୋଲି କହଛି ମୁଖ୍ୟ ବିରୋଧୀ ଦଳ ବିଜେଡି । ବରିଷ୍ଠ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ଗୃହର ମର୍ଯ୍ୟାଦା ରକ୍ଷା କରିବା ସଦସ୍ୟ ଯଦି ଏମିତି କରିବେ କାହାକୁ କହିବା । ଅତ୍ୟନ୍ତ କ୍ଷୋଭ ଏବଂ ପରିତାପର ବିଷୟ ଏ ସରକାର ଘୋଷଣା ଠିକ ହେଉନାହିଁ । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗୃହର ନେତା । ସଂସଦୀୟ ଗଣତନ୍ତ୍ରରେ ଯେଉଁ ସାମ୍ବିଧାନିକ ପରମ୍ପରା ରହିଛି, ମୁଖ୍ୟମନ୍ତ୍ରୀ ତାର ବ୍ୟତିକ୍ରମ କରିଛନ୍ତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।