January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ପାଲେଷ୍ଟାଇନ, ବାଂଲାଦେଶ ବ୍ୟାଗ୍

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ବ୍ୟାଗ୍। କେତେବେଳେ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ୍ ତ ଆଉ କେତେବେଳେ ବାଂଲାଦେଶ ଲେଖାଥିବା ଥିବା ବ୍ୟାଗକୁ ନେଇ ଦେଖାଦେଇଛି ବିବାଦ।
କଂଗ୍ରେସ ଏମ୍‌ପି ପ୍ରିୟଙ୍କା ଗାନ୍ଧୀଙ୍କ ସୋମବାର ପାଲେଷ୍ଟାଇନ ଲେଖାଥିବା ବ୍ୟାଗ୍‌ ନେଇ ସଂସଦରେ ପହଞ୍ଚିଥିଲେ ଏବଂ ମଙ୍ଗଳବାର ବାଂଲାଦେଶ ଲେଖାଥିବା ବ୍ୟାଗ୍ ନେଇ ସଂସଦରେ ପହଞ୍ଚିଥିଲେ। ଉକ୍ତ ବ୍ୟାଗ୍‌ରେ ପାଲେଷ୍ଟାଇନ୍‌ ମୁକ୍ତ ହେବ ବୋଲି ଲେଖାଯାଇଥିଲା। ଗୃହରେ ଏହି ବ୍ୟାଗକୁ ନେଇ ଜୋରଦାର୍ ହଙ୍ଗାମା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେବା ପରେ ବିଜେପି ନେତାମାନେ ତାଙ୍କୁ କଟାକ୍ଷ କରିଛନ୍ତି।

ଏହାର ଜବାବ ରଖି ସୋସିଆଲ ମିଡିଆରେ ପ୍ରିୟଙ୍କା ଲେଖିଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ସରକାରଙ୍କ ଏହା ନୈତିକ କର୍ତ୍ତବ୍ୟ ଯେ ଇସ୍ରାଏଲ ସରକାର ଦ୍ୱାରା କରାଯାଉଥିବା ନରସଂହାରର ନିନ୍ଦା କରିବା। ଏହାଛଡ଼ା ପ୍ରତ୍ୟେକ କଟାକ୍ଷର ଜବାବରେ ପ୍ରିୟଙ୍କା କହିଛନ୍ତି ଯେ ସେ କ’ଣ ପିନ୍ଧିବେ ତାହା ନିଜେ ସ୍ଥିର କରିବେ। ଦେଖିବାକୁ ଗଲେ ପ୍ରିୟଙ୍କାଙ୍କ ହ୍ୟାଣ୍ଡବ୍ୟାଗରେ କୌଣସି ପାଲେଷ୍ଟାଇନ ପତାକା ନାହିଁ। ହେଲେ କିଛି ଏଭଳି ପ୍ରତୀକ ରହିଛି ଯାହା ଇସ୍ରାଏଲ ବିରୋଧୀ ବୋଲି କୁହାଯାଏ। ଏଥିରେ ପାଲେଷ୍ଟାଇନ ପତାକାର ରଙ୍ଗ ସହ ଶାନ୍ତିର ପ୍ରତୀକ ଧଳା ପାରା, ପାଲେଷ୍ଟାଇନ ଏମ୍ବ୍ରୋଡୋରୀ, ଅଲିଭ୍‌ ବ୍ରାଞ୍ଚ,ତରଭୂଜ ପ୍ରମୁଖ ରହିଥିଲା। ଏସବୁକୁ ନେଇ ଏବେ ହଙ୍ଗାମା ହେଉଛି।

ସେହିପରି ମଙ୍ଗଳବାର ପ୍ରିୟଙ୍କା ବାଂଲାଦେଶ ବ୍ୟାଗ୍ ନେଇ ସଂସଦରେ ପହଞ୍ଚିଥିଲେ। ପ୍ରିୟଙ୍କା ଧରିଥିବା ବ୍ୟାଗରେ ଲେଖାଯାଇଛି ଯେ “ବାଂଲାଦେଶୀ ହିନ୍ଦୁ ଓ ଖ୍ରୀଷ୍ଟିୟାନଙ୍କ ସହ ଆମେ ଛିଡ଼ା ହୋଇଛୁ।” ବାଂଲାଦେଶରୁ ଶେଖ ହସିନା ବିତାଡ଼ିତ ହେବା ପରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ପ୍ରିୟଙ୍କା ଏପରି ବ୍ୟାଗ ଧରି ସଂସଦରେ ପହଞ୍ଚିଥିଲେ। ପ୍ରିୟଙ୍କା ଗାନ୍ଧି ଏପରି ବ୍ୟାଗ ଧରିଥିବାରୁ ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ସମାନ ବ୍ୟାଗ ଧରି ସଂସଦ ବାହାରେ ବିକ୍ଷୋଭ କରିଛନ୍ତି।

ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।