MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଜିଲ୍ଲା ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତି, ପକ୍ଷରୁ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ।


ମୋ ଟିଭି ଓଡିଶା / କଳାହାଣ୍ଡି:୧୬/୦୬(ସନତ ପ୍ରଧାନୀ)


କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଗ୍ରାମ ସମିତି ପକ୍ଷରୁ ରବିବାର ମାଟ୍ରିକ ଓ ଉଚ୍ଚ ମାଧ୍ୟମିକ ଦ୍ଵାଦଶ ପରୀକ୍ଷା ରେ ୬୦ ପ୍ରତିଶତ ରୁ ଉର୍ଦ୍ଧ ମାର୍କ ରଖିଥିବା ଆଦିବାସୀ ଶ୍ରେଣୀର ୬୩ ଜଣ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲ୍ଲା ସଭାପତି ଜୟଦେବ ମାଝୀ ଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଭାବେ ଭବାନୀପାଟଣା ବିଡ଼ିଓ ଚନ୍ଦନ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ରେଜିଷ୍ଟ୍ରାର ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଭବାନୀପାଟଣା ପିତାମ୍ବର ଭୋଇ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ଆଦିବାସୀ ସଙ୍ଘ ପ୍ରକାଶ ମାଝୀ,ଜିଲ୍ଲା ସାଧାରଣ ସମ୍ପାଦକ ଋତୁରାଜ ମାଝୀ,ଅବସର ପ୍ରାପ୍ତ ଜିଲ୍ଲା ବନ ବିଭାଗ ଅଧିକାରୀ ମହେଶ୍ୱର ମାଝୀ,ଆର୍ଥିକ ଅଧିକାରୀ ସଇଁତଳା ଲୋଚନ ଜାନୀ ସଭାପତି ଧର୍ମଗଡ କର୍ମଚାରୀ ସଂଘ
ପଦ୍ମଲୋଚନ ନାଏକ ପ୍ରମୁଖ ଯୋଗଦାନ କରିଥିଲେ।କାର୍ଯ୍ୟକ୍ରମ ର ବାର୍ଷିକ ତଥା ଉଦ୍ଦେଶ୍ୟ ଜ୍ଞାପନ ସାଧାରଣ ସମ୍ପାଦକ କୁରେଶ୍ୱର ମାଝୀ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ଲାଞ୍ଜିଗଡ ନିର୍ବାଚିତ ବିଜେଡି ବିଧାୟକ ପ୍ରଦୀପ କୁମାର ଦିଶରି ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଶିକ୍ଷକ ଲଳିତ କୁମାର ନାଏକ ପରିଚାଳନା କରିଥିବା ବେଲେ ପଦ୍ମଲୋଚନ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।