ଆଇପିଏସ ଅଫିସରଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର । ଯତିନ୍ଦ୍ର କୋୟଲ, ପ୍ରତୀକ ମହାନ୍ତିଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି । ପିନାକ ମିଶ୍ର, ବି. ଯୁଗୋଳ କିଶୋର କୁମାର, ବି ଗଙ୍ଗାଧରଙ୍କୁ ଡିଆଇଜି ପାହ୍ୟା । ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ, ନିତି ଶେଖରଙ୍କୁ ଆଇଜି ପାହ୍ୟା ମିଳିଛି । ୨୦୦୦ ବ୍ୟାଚ୍ ଆଇପିଏସ୍ ଅଫିସର ହେଉଛନ୍ତି ଯତୀନ୍ଦ୍ର କୋୟଲ ଏବଂ ପ୍ରତୀକ ମହାନ୍ତିଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏବେ ପ୍ରତୀକ ମହାନ୍ତି ସିଆଇଏସ୍ଏଫ୍ (ମୁଖ୍ୟାଳୟ)ରେ ଆଇଜି ପାହ୍ୟାରେ କାର୍ୟ୍ୟ କରୁଛନ୍ତି। ୨୦୦୭ ବ୍ୟାଚ୍ର ଆଇପିଏସ୍ ଅଫିସର ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ ଓ ନିତି ଶେଖରଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି।



ଅବିନାଶ କୁମାର ଏବେ ସ୍ପେଶାଲ ଆର୍ମଡ ପୋଲିସର ଡିଆଇଜି ଭାବେ କାର୍ୟ୍ୟ କରୁଥିବା ବେଳେ ସାର୍ଥକ ଷଡ଼ଙ୍ଗୀ ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ବ୍ରହ୍ମପୁରରେ ଓ ନୀତି ଶେଖର ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଭାବେ କୋରାପୁଟରେ କାର୍ୟ୍ୟ କରୁଛନ୍ତି। ୨୦୧୧ ବ୍ୟାଚ୍ର ଆଇପିଏସ୍ ଅଫିସର ପିନାକ ମିଶ୍ରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ସେ ଏବେ ଭୁବନେଶ୍ୱର ଡିସିପି ଅଛନ୍ତି। ପିନାକ ମିଶ୍ରଙ୍କ ସହିତ ୨୦୧୧ ବ୍ୟାଚ୍ର ଆଉ ଦୁଇ ଆଇପିଏସ୍ ଅଫିସର ବି. ଯୁଗୋଳ କିଶୋର କୁମାର ଓ ବି. ଗଙ୍ଗାଧରଙ୍କ ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ବି. ଯୁଗୋଳ କିଶୋର କୁମାର ଓ ବି. ଗଙ୍ଗାଧର ଏବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ କାର୍ୟ୍ୟ କରୁଛନ୍ତି।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।