ମୋଟିଭି ଓଡିଶା : ରିପୋର୍ଟ – ତାଜୁଦ୍ଦିନ, ସୋର :
ତା – ୦୭/୦୫/୨୦୨୪ : ସୋର ପୌରାଞ୍ଚଳ ଅନନ୍ତପୁର ଛକ ସ୍ଥିତ ରାଧାନାଥ ସ୍ମୃତି ମଣ୍ଡପ ପରିସରରେ ସୋର ବିଜେପି ପକ୍ଷରୁ ବିଜେପି ବିଧାୟକ ପ୍ରାର୍ଥୀ ରାଜୁ ଦାସ ଙ୍କ ପ୍ରାର୍ଥୀତ୍ବ କୁ ବିରୋଧ କରି ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ରାକେଶ ମଳିକଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ସୋର ନଗର ସଭାପତି ସନ୍ତୋଷ ସାହୁ ସଭା ପରିଚାଳନା କରିଥିଲେ।
ନିର୍ବାଚନ ମଣ୍ଡଳୀ ସଂଯୋଜକ ନଳିନୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ବାହାନାଗା ଓ ସୋର ବ୍ଲକ ର ଅନେକ ସରପଞ୍ଚ ସମିତିସଭ୍ୟ ଓ ୭ ଟି ମଣ୍ଡଳର ସଭାପତି ମାନେ ଉପସ୍ଥିତ ରହି ବିଧାୟକ ପାର୍ଥି ରାଜେନ୍ଦ୍ର ଦାସଙ୍କୁ ବିରୋଧ କରିବା ସହିତ ଆଗାମୀ ଦୁଇଦିନ ମଧ୍ୟରେ ଯଦି ପ୍ରାର୍ଥୀ ପ୍ରତ୍ୟାହାର ନକରାଯାଏ ତେବେ ବିଧାୟକ ପାର୍ଥି ଦୌଡ଼ରେ ଥିବା ନେତା ମାନଙ୍କ ମଧ୍ୟରୁ ସ୍ୱାଧୀନ ଭାବେ ଲଢ଼ିବେ ଏବଂ ପଦପଦବୀରୁ ସାମୁହିକ ଇସ୍ତଫା ଦେବେ ବୋଲି ଆଲୋଚନା କରିଥିଲେ। ଏହି ସମୟରେ ସୋର ଓ ବାହାନଗାରୁ ପ୍ରାୟ ୧ ହଜାରରୁ ଉର୍ଦ୍ବ ଲୋକ ଉପସ୍ଥିତ ରହି ଏହାକୁ ସମର୍ଥନ ଜଣାଇଥିଲେ।
ବାଇଟ – ରାକେଶ ମଲିକ ( ବିଜେପି ନେତା )
ବାଇଟ – ସନ୍ତୋଷ ସାହୁ ( ବିଜେପି ନଗର ସଭାପତି )
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।