January 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଅଗ୍ନିକାଣ୍ଡ ରେ ପୋଡି ଯାଇଥିବା ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଖୋର୍ଦ୍ଧା ଜିଲ୍ଲା ର ନିରାକାରପୁର ହେଉଛି ଅନ୍ୟତମ ପ୍ରାଚୀନ ବ୍ୟବସାୟ ପେଣ୍ଠ। ଗତ ମାସ ୧୬ ତାରିଖ ଦିନ କୌଣସି କାରଣରୁ ଅଗ୍ନି ସଂଯୋଗ ହୋଇ ଚାରି ଜଣ ବ୍ୟବସାୟୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ଯାହା ଫଳରେ ସେମାନେ ରୋଜଗାର ହରାଇ ବେସାହାରା ହୋଇଥିବା ଦେଖିଥିବା ଦେଖିବାକୁ ମିଳିଥିଲା।

ଏହି ଦୁଃଖଦ ସମୟରେ ଖବର ପାଇ ସେହି ମାସ ୧୮ ତାରିଖ ଦିନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ତୁରନ୍ତ ସହୟତା ପାଇଁ ରାଜସ୍ବ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ନିରାକାରପୁର ବଣିକ ସଂଘ ପକ୍ଷରୁ ସଭାପତି ସଂପାଦକ ଙ୍କ ସମେତ ଅନ୍ୟ କର୍ମକର୍ତ୍ତାଗଣ ଉକ୍ତ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ସମେତ ଜଣେ ଅସହାୟ ପରିବାରକୁ ମଧ୍ଯ ସାନ୍ତ୍ବନା ମୂଳକ ସହାୟତା ରାଶି ପ୍ରଦାନ କରିଥିବା ବଣିକ ସଂଘ ସଂପାଦକ ବିପିନ ରାଉତରାୟ ଙ୍କ ଠାରୁ ସୂଚନା ମିଳିଛି।

ମୋ ଟିଭି ଓଡିଶା, ଭୁବନେଶ୍ୱର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।