MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବଢ଼ିଲାଣି ଜନ ଅସନ୍ତୋଷ ଏକ ବର୍ଷ ହେଲାଣି ଅଧାପନ୍ତରିଆ ହୋଇ ପଡ଼ି ରହିଛି ରାସ୍ତା ନିର୍ମାଣ କାର୍ଯ୍ୟ


ଦାରିଙ୍ଗବାଡି, ୧୧/,୦୪( ସୁଶାନ୍ତ କୁମାର ସାହୁ)
ଦିନେ କିମ୍ବା ମାସେ ନୁହେ ପ୍ରାୟ ଏକ ବର୍ଷ ହେଲାଣି ଅଧାପନ୍ତରିଆ ହୋଇ ପଡ଼ି ରହିଛି ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ, ବାରମ୍ବାର ଦାବୀ ପରେ ବି ପ୍ରଶାସନ ନୀରବ ରହୁ ଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ଏପରି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ର ବ୍ରାହ୍ମଣୀଗାଁ ଠାରେ । ସ୍ଥାନୀୟ ସିପିଏସ ଡ଼ବ୍ଲୁ ଛକ ଠାରୁ ବଙ୍ଗଡଦୁଆ ଘାଟି ପର୍ଯ୍ୟନ୍ତ ପ୍ରାୟ ସାଢେ ତିନି କିମି ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ ଓ ବଜାର ଉଭୟ ପାର୍ଶ୍ଵ ଡ୍ରେନ ନିର୍ମାଣ କାର୍ଯ୍ୟ ଆଜକୁ ପ୍ରାୟ ଏକ ବର୍ଷ ହେଲାଣି ଅଧାପନ୍ତରିଆ ହୋଇ ପଡ଼ି ରହିଛି ।

ଏ ସମ୍ପର୍କ ରେ ସ୍ଥାନୀୟ ଅଞ୍ଚଳ ବାସୀ ଏକ ଲିଖିତ ଦାବିପ୍ରତ୍ର ପ୍ରଦାନ କରିବା ପାଇଁ ଗୁରୁବାର ଦିନ ସ୍ଥାନୀୟ ତହସିଲଦାର ଶରତ ଶବର ଙ୍କୁ ସାକ୍ଷାତ କରିଥିଲେ , ନିର୍ବାଚନୀ କଟକଣା ଥିବାରୁ ଉକ୍ତ ଦାବୀପତ୍ର କୁ ସେ ଗ୍ରହଣ କରି ନ ଥିବା ଜଣା ପଡ଼ିଛି।
ପ୍ରକାଶ ଥାଉକି ଗତ ୨୦୨୩ ମସିହା ଏପ୍ରିଲ ମାସ ରେ ସ୍ଥାନୀୟ ପୋଲିସ୍ ପ୍ରଶାସନ ଓ ବିଭାଗୀୟ ଯନ୍ତ୍ରୀ ଙ୍କ ଉପସ୍ଥିତି ରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ରେ ଏକ ବୈଠକ କରାଯାଇ ତିନିମାସ ମଧ୍ୟରେ ବଜାର ରାସ୍ତା ସମ୍ପ୍ରସାରଣ ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟ ସାରିବାକୁ ଚୁକ୍ତି ହୋଇଥିଲା , ଏଥିରେ ବାଜର ବାସୀ ଆବଶ୍ୟକୀୟ ଜାଗା ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା, ସେହି ନିଷ୍ପତ୍ତି ଅନୁଯାୟୀ ବିଡ଼ିଓ ଏଵଂ ତହସିଲଦାର ଙ୍କ ଉପସ୍ଥିତି ରେ ରାସ୍ତା ର ମାପ ଚିହ୍ନଟ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଏଥିରେ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ, ତେବେ ଦୀର୍ଘ ସମୟ ଅର୍ଥାତ୍ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଓ ଡ୍ରେନ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡିରହିଛି, ଉକ୍ତ ରାସ୍ତା ରେ ଗାଡ଼ି ମୋଟର ଚଳା ଚଳ କରିବା ସମୟରେ ବଜାର ପରିବେଶ ଧୁଳିମୟ ହେବା ସହ ସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହେଉଛି,ବଜାର ରେ ବିକ୍ରୀ ହେଉଥିବା ଜଳଖିଆ ଖୋଲା ରେ ବିକ୍ରୀ ହେଉଥିବା ରୁ ଉକ୍ତ ଧୂଳି ଖାଦ୍ୟ ରେ ସିଧା ସଳଖ ମିଶୁଛି , ନିମ୍ନ ମାନର ଜଳଖିଆ ପ୍ରସ୍ତୁତ କରି ବ୍ୟବସାୟୀ ମାନେ ଲାଭବାନ ହେଉ ଥିବା ବେଳେ ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି,ଦୁର ଦୁରାନ୍ତ ରୁ ଆସୁଥିବା ଅଞ୍ଚଳ ବାସୀ ପେଟ ଭୋକ ପାଇଁ ବାଧ୍ୟ ହୋଇ ଉକ୍ତ ଜଳଖିଆ ଖାଇଥାନ୍ତି।
ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ନିମନ୍ତେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଏହା ଆନ୍ଦୋଳନ ର ରୁପ ନେବା ସାଥେ ସାଥେ ଭୋଟ ବର୍ଜନ ର ନିଷ୍ପତ୍ତି ଗ୍ରହଣ କରାଯିବ ଏବଂ ଏଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।