ସୁନ୍ଦରଗଡ଼ ( ଦେବେନ୍ଦ୍ର କୁମାର ଭିତ୍ରିଆ ) ୨୩/୧୧/୨୪
ଗତକାଲି ନଭେମ୍ବର ୨୨ ତାରିଖ ଶୁକ୍ରବାର ମଧ୍ୟାହ୍ନ ୧୨:୩୦ ମିନିଟ ସମୟରେ ଏହି ଅସନ୍ତୋଷ ବହ୍ନି ବାନ୍ଧିଛି ।
କୁଇଶିରା ଗ୍ରାମବାସୀଙ୍କ ଜମି ଦେଇ MCL କୁ ସଂଯୋଗ କରୁଥିବା ଦକ୍ଷିଣ ପୂର୍ବ ରେଳବାଇର ବରପାଲି ରେଳ ଷ୍ଟେସନ ସଂଲଗ୍ନ ଜାଗାର ଆୱାର୍ଡ଼ ଟଙ୍କା ଦେବାକୁ ନେଇ ଉପୁଜିଛି ଏହି ଅସନ୍ତୋଷ। ରେଳ କର୍ତ୍ତୃପକ୍ଷଙ୍କ ଦ୍ବାରା କୋଇସିରା ଗାଁ ରେ ଏ ବାବଦକୁ ଆଜି ସଭା ହେବାର ନିଷ୍ପତ୍ତି ହୋଇ ଥିଲା ।
ସୂଚନା ମୁତାବକ ଜମି ମାଲିକ ମାନେ ଗାଁ ଦଣ୍ଡରେ ରୁଣ୍ଡ ହୋଇଥିଲେ , ହେଲେ ରେଳ ବିଭାଗ ଆଡୁ ଆସିଥିବା ଅଧିକାରୀ ମାନେ ସେଠାରେ ବୈଠକ ନ କରି କୋଇସିରା ଗ୍ରାମ ନିକଟରୁ ପ୍ରାୟ ଅଢେଇ କିଲୋମିଟର ଦୂର ବରପାଲି ରେଳ ଷ୍ଟେସନ ନିକଟ ଏକ ଘରୋଇ ସଂସ୍ଥାର କ୍ୟାମ୍ପକୁ ଜମି ମାଲିକ ମାନକୁ ଡାକିବାରୁ ଏହି ଅସନ୍ତୋଷ ଦେଖା ଦେଇଛି। ରେଳ ବିଭାଗ ଉପଯୁକ୍ତ ସର୍ଭେ କରି ନାହିଁ କିମ୍ବା ଜମିର ଉପଯୁକ୍ତ ମୂଲ୍ୟ ଦେଉ ନ ଥିବା ଅନେକ କହିଛନ୍ତି । ଏପରିକି ଲୋକଙ୍କୁ ଭୂଆଁ ବୋଲାଉ ଥିବା କଥା କେତେକ କହିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।