MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସାର୍ବଜନୀନ ଦୁର୍ଗା ପୂଜା ଲଡୁଗାଁ, ପ୍ରତିମା ନିର୍ମାଣ ପାଇଁ ମାଟି ପୂଜନ କାର୍ଯ୍ୟକ୍ରମ।

ମୋ ଟିଭି ଓଡିଶା / କଳାହାଣ୍ଡି:୨୫/୦୯


ଧରା ପୃଷ୍ଠ କୁ ଆସିଛି ପାର୍ବଣ ଋତୁ,ଧରାବତରଣ କରିଛନ୍ତି ମା ଜଗତ ଜନନୀ ଦୁର୍ଗା। ଅନେକ ସ୍ଥାନରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବୁଧବାର କୋକସରା ବ୍ଲକ ଲଡୁଗାଁ ଠାରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ପାଇଁ କମିଟି ପକ୍ଷରୁ ଦୁର୍ଗାଦେବୀ ଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସର ରେ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ତିଥିରେ ପୂଜାକର୍ତ୍ତା ନିଲେଶ ଅଗ୍ରୱାଲ ଓ ଶ୍ରୀମତୀ ରୋଶନି ଅଗ୍ରୱାଲ ସପତ୍ନୀକ ମାଟି ପୂଜନ ପାଇଁ ପୁଜକ ଗୋପାଳ ଚନ୍ଦ୍ର ଠାକୁର ଙ୍କ ପୂଜାର୍ଚ୍ଚନା ପରେ ଦେବୀ ଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ ମାଟି ଅନୁକୂଳ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ଦୁର୍ଗା ପୂଜା କମିଟିର ସଭାପତି
ବନମାଳୀ ମାଝୀ , ସମ୍ପାଦକ ମୋହନ ଚରଣ ଦାସ , ସହ ସମ୍ପାଦକ ଶ୍ରୀମନ୍ତ ପାଢ଼ୀ,କୋଷାଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ , ସାଂସ୍କୃତିକ ସମ୍ପାଦକ ବିସିକେଶନ ଠାକୁର ,ଉପଦେଷ୍ଟା ରାଜୀବ କୁମାର ଅଗ୍ରୱାଲ,ଧ୍ୱଜ ମହାନନ୍ଦ ,ରବି ନାରାୟଣ ଦାସ, ଆଲୋକ ଦାସ ସମେତ ଲଡୁଗାଁ ର ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।