ମୋ ଟିଭି ଓଡିଶା / ଓମରକୋଟ :
ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ରେ ଥିବା ୪୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଅନ୍ଵେଷା ହଷ୍ଟେଲ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ହଷ୍ଟେଲ ପରିସରରେ ଜମି ରହୁଥିବା ପାଣି ଓ ଏଥି ପାଇଁ ଉପୁଜୁଥିବା ଅସ୍ଵାସ୍ଥକର ପରିବେଶ କୁ ନେଇ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିବା ସହ ତୁରନ୍ତ ଏହାର ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି।
ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦିଷ୍ଟ ଏହି ହଷ୍ଟେଲ ପୋଲିସ ହାଉସିଂ ବୋର୍ଡ ତରଫରୁ ୩କୋଟି ୭୨ଲକ୍ଷ ୫୭ହଜାର ୧୦୦ ଟଙ୍କା ବ୍ୟୟ ରେ ହୋଇଥିବା ବେଳେ ୦୭/୦୮/୨୦୨୩ ରେ ଛାତ୍ର ମାନଙ୍କ ପାଇଁ ଉଦିଷ୍ଟ ଥିବା ୨୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଓ ୧୬/୦୮/୨୦୨୪ ରେ ଛାତ୍ରୀ ମାନଙ୍କ ପାଇଁ ଉଦିଷ୍ଟ ଥିବା ୨୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ବିଭାଗୀୟ କତୃପକ୍ଷ ଙ୍କୁ ହସ୍ତାନ୍ତର ହୋଇଥିଲା। ସମ୍ପୂର୍ଣ କାମ ପୋଲିସ ହାଉସିଂ ବୋର୍ଡ ଅଧୀନରେ ହୋଇଥିବା ବେଳେ କାମ ର ଗୁଣବତ୍ତା ଠିକ ହୋଇ ନଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପରିମଳ ବ୍ୟବସ୍ଥା ପାଇଁ ବିଭାଗୀୟ ମନ୍ତ୍ରୀ ITDA କନିଷ୍ଠ ଯନ୍ତ୍ରୀ ଦଶରଥ ଖେମୁଡୁ ଙ୍କୁ ଡାକି ତାଗିଦ କରି କାମ ଭଲ ଭାବରେ କରିବାକୁ ନିର୍ଦେଶ ଦେଇଛନ୍ତି।
PHD ବିଭାଗ ର ଯନ୍ତ୍ରୀ ହରପ୍ରିୟା ପାତ୍ର ହଷ୍ଟେଲ କୁ ଜଳ ଯୋଗାଣ ପାଇଁ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଥିବା ଅନ୍ଵେଷା ବିଭାଗୀୟ ଅଧିକାରୀ ଙ୍କ ଠାରୁ ଶୁଣିବାକୁ ମିଳୁଛି। ଏହା ପରେ ମଧ୍ୟ ପାନୀୟ ଜଳ ଯୋଗାଣ ନିମିତ୍ତ ଗୋଟିଏ ପାଣି ପଏଣ୍ଟ ଦେବାକୁ ବାରମ୍ବାର ଅନୁରୋଧ କରିବା ସତ୍ୱେ ଆଜି ପର୍ଯ୍ୟନ୍ତ ତାହା ହୋଇ ପାରି ନଥିବା ଅନ୍ଵେଷା ହଷ୍ଟେଲ ର ପରିଚାଳକ ହର ପ୍ରସାଦ ମିଶ୍ର ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଜଣାଇଥିଲେ। ଫଳରେ ମନ୍ତ୍ରୀ ତୁରନ୍ତ ବିଭାଗୀୟ ଯନ୍ତ୍ରୀ ଶ୍ରୀମତୀ ପାତ୍ର ଙ୍କୁ ଫୋନ ଯୋଗେ ତୁରନ୍ତ ଏହା କରିବା ପାଇଁ ନିର୍ଦେଶ ଦେଇଛନ୍ତି। ହଷ୍ଟେଲ ପାଇଁ ୦୯ ଟି ଗଭୀର ନଳକୂପ ଖନନ ପାଇଁ ଚେଷ୍ଟା କରାଯାଇ ଥିଲେ ମଧ୍ୟ ସେଥିରୁ ମାତ୍ର ଗୋଟିଏ ହିଁ କାର୍ଯ୍ୟକ୍ଷମ ରହିଛି।
ତେଣୁ ହଷ୍ଟେଲ ରେ ପାଣି ର ଘୋର ଅଭାବ ଦେଖା ଦେଇଛି। ଏବେ ଏହି ହଷ୍ଟେଲ ରେ ୨୭୨ ଛାତ୍ର ଓ ୨୨୦ ଛାତ୍ରୀ ରହୁଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦିଷ୍ଟ ଏହି ହଷ୍ଟେଲ ରେ ଏବେ ଗୁରୁକୃପା ପବ୍ଲିକ, ଏସଏଲଏନ ପବ୍ଲିକ ଓ ରାଇମିଙ୍ଗ ବାର୍ଡ ସ୍କୁଲ ର ଛାତ୍ର ଛାତ୍ରୀ ରହି ପାଠ ପଢୁଛନ୍ତି। ଅନ୍ୱେଷା ହଷ୍ଟେଲ ର ବିଭିନ୍ନ ସମସ୍ୟା ନେଇ ବାରମ୍ବାର ହଷ୍ଟେଲ SUPARITENDENT ADEO ଶ୍ରୀ ଭରତ ଚନ୍ଦ୍ର ସାହୁ ଙ୍କୁ ଜଣେଇବା ସତ୍ତ୍ୱେ କୌଣସି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ଆଣିଛନ୍ତି ଅନ୍ୱେଷା ପରିଚାଳକ ଶ୍ରୀ ହରପ୍ରସାଦ ମିଶ୍ର।
ହଷ୍ଟେଲ ପରିସର ବୁଲିବା ସହ କିଛି ସମୟ ପିଲାଙ୍କ ସହ କଥା ହେବା ସହ ନିଜେ ଖାଦ୍ୟ ଗ୍ରହଣ କରି ଖାଦ୍ୟ ର ମାନ ପରୀକ୍ଷା କରିଥିଲେ। ଆଗକୁ ହଷ୍ଟେଲ ର ଉର୍ନତି ପାଇଁ ପ୍ରତିଶୃତି ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
More Stories
ଭୁବନେଶ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।