ଆଜି ବଡ଼ପୋଖରିଆ – ଦିଘା ଉପକୂଳ ଜାତୀୟ ରାଜପଥ ନିର୍ମାଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପାଇଁ ଟାଙ୍ଗୀ ବ୍ଳକ ନୂଆଗଡ ଉଗ୍ରତାରା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଜନ ଶୁଣାଣି ଅନୁଷ୍ଠିତ ହେଇଯାଇଛି l ଏଥିରେ ଖୋର୍ଦ୍ଧା ର ଅତିରିକ୍ତ ଜିଲ୍ଲାପାଳ , ଜାତୀୟ ରାଜପଥ ବିଭାଗ ର ପ୍ରକଳ୍ପ ନିଁର୍ଧେଶକ, ଟାଙ୍ଗୀ ତହସିଲଦାର, ରାଜସ୍ବ ଅଧିକାରୀ ଏବଂ ଜମି ମାଲିକ ମାନେ ଉପସ୍ଥିତ ଥିଲେ ।
ସଭା ଅତ୍ୟନ୍ତ ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବାସିନ୍ଦା ମାନେ କିଛି ଦାବୀ ଉପସ୍ଥାପନ କରିବା ପରେ ଉପସ୍ଥିତ ଅଧିକାରୀଗଣ ଏହାକୁ ବିଚାର କରି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜମି ଅଧି ଗ୍ରହଣ ଆଉ କିଛି ଦିନ ମଧ୍ୟ ରେ ଆରମ୍ଭ ହେବା ସହ ମାର୍ଚ୍ଚ ମାସ ଭିତରେ ଏହାର ଟେଣ୍ଡର ପ୍ରକ୍ରିୟା ହେବ ବୋଲି ସୂଚନା ମିଳିଛି।
ମୋ ଟିଭି ଓଡିଶା, ଟାଙ୍ଗୀ
More Stories
ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡ଼ିବ ବସ୍।
ରାସନ କାର୍ଡକୁ ନେଇ ଆସିଲା ବଡ ଖବର ।
ଛତିଶଗଡରେ ପୁଣି ଏନକାଉଣ୍ଟର ।