ନବଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି । ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଡିଜିପିଙ୍କୁ ପକ୍ଷଭୁକ୍ତ କରାଯାଇଛି । ସୂଚନା ଅନୁସାରେ, ଏହାରି ମଧ୍ୟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏହାରି ମଧ୍ୟରେ ଦୁଇ ବର୍ଷ ପୂରିବାକୁ ଯାଉଛି । ଏହି ହତ୍ୟାକାଣ୍ଡର ତଦନ୍ତଭାର କ୍ରାଇମ୍ବ୍ରାଞ୍ଚ କରୁଛି । ତେବେ ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ୍ ASI ଗୋପାଳ ଦାସକୁ ଗିରଫ କରାଯାଇଛି । ପ୍ରାୟ ଦୁଇ ବର୍ଷ ପରେ ପୁଣି ଓଡ଼ିଶା ରାଜନୀତିରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି । ଗତ ବୁଧବାର ନବଦାସଙ୍କ ଝିଅ ଦୀପାଳି ଦାସ ମିଡିଆ ଆଗରେ ବିବୃତି ରଖି ବାପାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଚ୍ୟାଲେଞ୍ଜ୍ ଦେବା ପରେ ଗତକାଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାର ଜବାବ ରଖିଥିଲେ ।
ମୋ ଟିଭି ଓଡିଶା, ଭୁବନେଶ୍ୱର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।