MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେପି ବିଧାୟକ ପ୍ରାର୍ଥୀଙ୍କ କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଜନ ସମ୍ପର୍କ ଅଭିଯାନ।

କଳାହାଣ୍ଡି:୧୮/୦୪ : ପ୍ରାର୍ଥୀଙ୍କ ନା ଘୋଷଣା ହେବାପରେ ନିର୍ବାଚନ ମଣ୍ଡଳୀରେ ନିଜ ସମର୍ଥକଙ୍କ ସହ ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ ହୋଇଛି। ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରବଳ ଖରାକୁ ଖାତିର ନକରି ଟାଣ ଖରାରେ ଗାଁ ଗାଁ ରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର। ନାମାଙ୍କନ ଦାଖଲ ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ଦଲୀୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶ ର ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଜନ ସମର୍ଥନ ଦେବାକୁ ଜନତାଙ୍କୁ ଅନୁରୋଧ କରୁଛନ୍ତି ପ୍ରାର୍ଥୀ।

ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକର ଆମପାଣି, ଲଡୁଗାଁ, ବରାଡ଼ଙ୍ଗା, ପଞ୍ଚାୟତ ର ବିଭିନ୍ନ ଗ୍ରାମ ରେ ପହଞ୍ଚି ପ୍ରଚାର କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀ ଓ ଦଲୀୟ ସମର୍ଥକ କର୍ମକର୍ତ୍ତା। ବିଧାୟକ ପ୍ରାର୍ଥୀ ପାଟ୍ଟଯୋଶୀ ଙ୍କୁ ବିଭିନ୍ନ ଗ୍ରାମରେ ମହିଳା ମାନେ ବନ୍ଧାପଣା କରି ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ପାଛୋଟି ନେଇଥିଲେ। ବିଧାୟକ ପ୍ରାର୍ଥୀ ପାଟ୍ଟଯୋଶୀ କେନ୍ଦ୍ର ମୋଦି ସରକାରଙ୍କ ରହିଥିବା ଲୋକାଭିମୁଖୀ ଯୋଜନା କୁନେଇ ବିଭିନ୍ନ ସ୍ଥାନରେ ସଭାସମିତି କରି ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀନି ମାଲବିକା କେଶରୀ ଦେଓ ଓ ତାଙ୍କୁ ଯୋଡ଼ା ପଦ୍ମ ଚିଂହ୍ନରେ ଭୋଟ ଦେଇ ଆଶ୍ରିବାଦ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି। ତେବେ ଅନେକ ସ୍ଥାନରେ ସାଧାରଣ ଲୋକେ ନିଜ ଅଞ୍ଚଳରେ ରହିଥିବା ପାନୀୟଜଳ, ରାସ୍ତା, ଆଵାସ ଯୋଜନା,ଚାଷି ସମସ୍ୟା, ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାରେ ଅନିୟମିତତା ହେଉଥିବା ଅଭିଯୋଗ କରୁଥିବା ବେଳେ ପ୍ରଚାରରେ ଆସିଥିବା ବିଧାୟକ ପ୍ରାର୍ଥୀ ଜନତାଙ୍କ ଅଭିଯୋଗ ନିର୍ବାଚନରେ ଦଲୀୟ ସରକାର ଆସିଲେ ନିଶ୍ଚୟ ସମାଧାନ କରିବୁ ବୋଳି ପ୍ରତିଶୃତି ଦେଉଛନ୍ତି।

ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ପାଟ୍ଟଯୋଶୀଙ୍କ ସହ ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, କୋକସରା ମଣ୍ଡଲ ପ୍ରଭାରୀ ଗରୁଡ଼ଧ୍ଵଜ ମାଝୀ, ମଣ୍ଡଳ ସଭାପତି କୋକସରା ଦୁର୍ଗା ପ୍ରଧାନୀ, ମଣ୍ଡଳ ସମ୍ପାଦକ କୋକସରା ତ୍ରିନାଥ ଶବର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ, ଉପ ସଭାପତି କୃଷ୍ଣ ନାଏକ, ଗୋପାଳ ଅଗ୍ରୱାଲ, ଆମପାଣି ମଣ୍ଡଳ ସମ୍ପାଦକ ସନ୍ତୋଷ ମାଝୀ, ଲିଙ୍ଗରାଜ ରାଠୋଡ଼, ସୁଶିଳ ପାଢ଼ୀ, ଆମପାଣି ବିଜେପି ସଭାନେତ୍ରୀ ଧରିତ୍ରୀ ବାଗ ସମେତ ଦଲୀୟ କର୍ମକର୍ତ୍ତା ମାନେ ବିଧାୟକ ପ୍ରାର୍ଥୀ ଶ୍ରୀ ପାଟ୍ଟଯୋଶୀ ଉପସ୍ଥିତ ରହି ଜନ ସମ୍ପର୍କ ଯାତ୍ରା ରେ ସାମିଲ ରହିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।