ଖୋର୍ଦ୍ଧା : ୧୧/୦୪- ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗି ବ୍ଲକ ଛଣଗିରି ଗ୍ରାମପଞ୍ଚାୟତ ଛଣଗିରିରେ ଖୋର୍ଦ୍ଧା ବିଜେପି ପକ୍ଷରୁ ଗାଁ କୁ ଚାଲ ଅଭିଯାନ ମାଧ୍ୟମରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏହି ଜନସଂମ୍ପର୍କ ପଦଯାତ୍ରାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ନେତୃତ୍ୱରେ ଶତାଧିକ ପ୍ରମୁଖ ଆଗଧାଡ଼ିର ବିଜେପି କାର୍ଯ୍ୟକର୍ତା ଯୁବବନ୍ଧୁ ବୁଦ୍ଧିଜୀବୀ ଓ ମହିଳା ମାନେ ଉପସ୍ଥିତ ରହି ପଦଯାତ୍ରାରେ ଛଣଗିରି ଗ୍ରାମର ସମସ୍ତ ସାହିରେ ପଦଯାତ୍ରାରେ ବାହାରି ଥିଲେ।ପ୍ରଧାନମନ୍ତ୍ରୀ ତଥା ପ୍ରଧାନ ସେବେକ ଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଜନସଂମ୍ପର୍କ ମାଧ୍ୟମରେ ଲୋକଙ୍କୁ ଅବଗତ କରାଇଥିଲେ ଭୂବନେଶ୍ୱର ସାସଂଦ।

ପଦଯାତ୍ରାରେ ଗଣେଶ ଜଗଦ୍ଦେବଙ୍କ ଦବଗଂଗିରି।ଜନ ସମ୍ପର୍କ ପଦଯାତ୍ରାରେ ଚିଲିକା ବିଧାୟକଙ୍କ ସହିତ ଗ୍ରାମବାସୀଙ୍କ ଯୁକ୍ତିତର୍କ।ଚିତ୍ର ଉତ୍ତୋଳନ ବେଳେ ସାମ୍ୱାଦିକଙ୍କ ହାତରୁ ମୋବାଇଲ ଛଡାଇଲେ ନିଜେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।ଚିଲିକା ବିଧାୟକଙ୍କ ବିରୁଦ୍ଧରେ ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କଲେ ସାମ୍ବାଦିକ।ଅଭିଯୋଗ ପରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଖୋର୍ଦ୍ଧା ଏସଡିପିଓ ସୂଚନା ଦେଇଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।