January 8, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା, ବିଜେପି ରଙ୍ଗମରା ସରକାର, ପ୍ରତିଶୃତି ରକ୍ଷା କରନ୍ତୁ।

କଳାହାଣ୍ଡି : ୦୯/୧୧


କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ଡାଲଗୁମା ରୁ ଧର୍ମଗଡ ବ୍ଲକ ବେହେରା ପର୍ଯ୍ୟନ୍ତ ବିଜେଡି ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଡାଲଗୁମା ରୁ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଏକ ପଥପ୍ରାନ୍ତ ସଭା ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ବିଧାୟକ ମୌଷଧି ବାଗ, ନାରିନେତ୍ରୀ ଲଳିତା ନାଏକ,ଉପ ସଭାପତି ବଦ୍ରୀ ନାରାୟଣ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ,ଓମଫେଡ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ ସମେତ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ନବୀନ ପଟ୍ଟନାୟକ ଙ୍କ ନିର୍ମଳ ଭାବମୂର୍ତ୍ତି କୁ ଅକ୍ଷୁର୍ଣ୍ଣ ରଖିବା ସହ ବିଜେଡି ଦଳ କୁ ଲୋକାଭିମୁଖୀ କରିବା ପାଇଁ ଆହ୍ୱାନ ଦେଇଛନ୍ତି।

ପରେ ଶତାଧିକ କର୍ମକର୍ତ୍ତା ଡାଲଗୁମା ରୁ ବେହେରା ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା ରେ ବାହାରି ବିଜେଡି ଶତାଧିକ କର୍ମୀ ଯୋଗଦେଇ ବେହେରା ଧାନ ମଣ୍ଡି ରେ ଆୟୋଜିତ ଦଳୀୟ ସଭା କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ କୁ ଧର୍ମଗଡ ବ୍ଲକ ସଭାପତି ଟିକମନ ୟାଦବ ଙ୍କ ସଭାପତିତ୍ୱ ରେ ମଞ୍ଚ ରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ପୂର୍ବତନ ଧର୍ମଗଡ ବିଧାୟକ ମୌଷଧି ବାଗ, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ବଦ୍ରୀ ନାରାୟଣ ପଟ୍ଟନାୟକ,ଜିଲ୍ଲା ବିଜେଡି ଯୁବ ସଭାପତି ଆଦିତ୍ୟ ନନ୍ଦ, ବରିଷ୍ଠ ନେତା ଭବାନୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ତ୍ରିନାଥ ବାଗ,ଗୋପୀ ମହାନନ୍ଦ, ପ୍ରଣବ ଭାଇସାଲ, ଶଙ୍କର ଜୁଏଡ଼, ନିବେଦିତା ହଂସ, ବୈଜୟନ୍ତି ପୁଝାରି,ଦୁହିତା ମାଝୀ, ବରିଷ୍ଠ ନାରିନେତ୍ରୀ କଲ୍ୟାଣି ନାଏକ, ବେହେରା ସରପଞ୍ଚ କୁମୁଦିନି ଗଇନ୍ତା, କୋକସରା ବ୍ଲକ ବିଜେଡି ସଭାନେତ୍ରୀ ଅଶୋକା ନାଏକ, ପୂର୍ବତନ ଏନଏସି ଅଧ୍ୟକ୍ଷା ଧର୍ମଗଡ ହୀରା ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରି, ଆଦିବାସୀ ନେତା ଚିତ୍ତରଞ୍ଜନ ପୁଝାରି, ଯୁବନେତା ରାଜେନ୍ଦ୍ର ନାଏକ, ପୂର୍ବତନ ସରପଞ୍ଚ ସୁଚିତ୍ରା ଗୋପାଳ ପ୍ରମୁଖ ଉପସ୍ଥିତ ରହି ବିଜୁ ଜନତା ଦଳ ସରକାର ବିଗତ ୨୪ ବର୍ଷ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଓଡିଶା ମାନଚିତ୍ରରେ କୁ ବିଶ୍ୱ ଦରବାରରେ ପହଞ୍ଚାଇ ଓଡିଶା ର ନାଁ ର ଟେକ ରଖିଛନ୍ତି।

ବର୍ତ୍ତମାନ ର ଭାରତୀୟ ଜନତା ଦଳ ସରକାର ଓଡିଶା ର ଅସ୍ମିତା କୁ ଦ୍ୱାହି ଦେଇ ରାଜ୍ୟ ବାସୀ ଙ୍କୁ ଭୁଆଁ ବୁଲାଇବା ସହ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ଫେଲ ମାରିଛି।ମାସିକ ମହିଳା ଙ୍କୁ ୧ ହଜାର ଟଙ୍କା ସହାୟତା, ମାଗଣା ୩୦୦ ୟୁନିଟ ବିଜୁଳି, ସୁଭଦ୍ରା ଯୋଜନାରେ ୨ବର୍ଷ ମଧ୍ୟରେ ୫୦ ହଜାର ସହାୟତା ପ୍ରଦାନ, ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଏହିଭଳି ପ୍ରତିଶ୍ରୁତି ବିଜେପି ସରକାର ରାଜ୍ୟର ଜନ ସାଧାରଣ ଙ୍କୁ ଦେଇଥିଲେ।ତେବେ ବିଗତ ୪ ମାସ ମଧ୍ୟରେ କେଉଁ କେଉଁ ପ୍ରତିଶ୍ରୁତି ପାଳନ ହୋଇଛି ତାହା ଓଡିଶା ର ଜନ ସାଧାରଣ ଙ୍କୁ ଅଛପା ନାହିଁ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ଏକ କୃଷି ପ୍ରଧାନ ଅଞ୍ଚଳ, ବିଜେପି ସରକାର ଧାନ ର ସହାୟକ ମୂଲ୍ୟ ୩୧ ଶହ ଘୋଷଣା କରିଛନ୍ତି।

ତେବେ ତାହା ଆଗାମୀ ସମୟରେ ଚାଷି ଙ୍କ ହିତ ରେ କେମିତି କାର୍ଯ୍ୟକାରୀ ହେଉଛି,ତାକୁ ବିଜୁ ଜନତା ଦଳ ର ବିଧାୟକ, ନେତୃବୃନ୍ଦ ଟାର୍ଗେଟ କରିବା ସହ ମଣ୍ଡି ରେ ପହରା ଦେବେ ଓ ରାଜ୍ୟର ଦାୟିତ୍ବବାନ ବିରୋଧୀ ଦଳ ଭାବରେ ବିଜୁ ଜନତା ଦଳ ଏହାର ଜବାବ ମାଗିବ ବିଜେପି ସରକାର ରଙ୍ଗମରା ସରକାର ବୋଲି ଉପସ୍ଥିତ ବିଜେଡି ର ନେତୃବୃନ୍ଦ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ପରିଶେଷରେ ପ୍ରଶାନ୍ତ ତିବାରି ଧନ୍ୟବାଦ ଅର୍ପଣ କରିଥିଲେ।ଜନ ସମ୍ପର୍କ ପଦଯାତ୍ରା ରେ ଧର୍ମଗଡ, କୋକସରା ଓ କଲମପୁର ବ୍ଲକ ର ବିଜେଡି ର ଶତାଧିକ କର୍ମକର୍ତ୍ତା ଓ କର୍ମି ଉପସ୍ଥିତ ଥିଲେ।
ରିପୋର୍ଟ—-ସନତ କୁମାର ପ୍ରଧାନୀ

Latest news
ଆଜିଠାରୁ ତିନି ଦିନିଆ ଜାତୀୟ ପ୍ରବାସୀ ଭାରତୀୟ ଦିବସ । ସମସ୍ତଙ୍କ ସୁରକ୍ଷା ଓ ନିରାପଦକୁ ଦୃଷ୍ଟି ଦିଆଯାଉଛି ବୋଲି କହିଲ... ପ୍ରବାସୀ ଭାରତୀୟ ସମ୍ମେଳନ: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଯୁବକଙ୍କୁ ବୀଭତ୍ସ ହତ୍ୟା । ଇସ୍ରୋର ନୂଆ ଅଧ୍ୟକ୍ଷ ହେଲେ ଭି.ନାରାୟଣନ । ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦିଲ୍ଲୀର ରାଷ୍ଟ୍ରୀୟ ସ୍ମୃତି ପରିସରରେ ନିର୍ମାଣ ହେବ ଦିବଙ୍ଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି । ଆଜିଠୁ ଆରମ୍ଭ ହେଉଛି ପ୍ରବାସୀ ଭାରତୀୟ ଦିବସ। ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି । ପୁଣି ବାଘକୁ ନେଇ ମୁହାଁମୁହିଁ ଓଡ଼ିଶା ପଶ୍ଚିମବଙ୍ଗ। ୪-୫ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ କ୍ଷତିପୂରଣ ରାଶି ।