ମୋଟିଭି ଓଡିଶା : କଳାହାଣ୍ଡି : ୧୪/୦୫ – ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଭବାନୀପାଟଣା ସ୍ଥିତ ବିକାଶ ଆବସିକ ବିଦ୍ୟାଳୟର ସିବିଏସଇ ଛାତ୍ର, କଲମପୁର ବ୍ଲକ ମଣ୍ଡଳ ଗ୍ରାମ ର ସନ୍ଦୀପ ବେହେରା ଓ ରଶ୍ମିତା ବେହେରାଙ୍କ ପୁଅ ପୁରବ ବେହେରା ସିବିଏସସି ଦଶମ ଶ୍ରେଣୀ ପରିକ୍ଷାରେ ୯୮.୦୨ପ୍ରତିଶତ ନମ୍ବର ରଖି କଳାହାଣ୍ଡି ଜିଲ୍ଲାରେ ଟପ୍ପର ହୋଇଛନ୍ତି।
ସେହିପରି ଧର୍ମଗଡର ବିଶିଷ୍ଟ ଶିଳ୍ପପତି ତଥା ଚାର୍ଟେଡ଼ ଏକାଉଣ୍ଟଟେଣ୍ଟ କିଶୋର ଅଗ୍ରୱାଲ ଓ ସୁନିତା ଅଗ୍ରୱାଲଙ୍କ ପୁଅ ହେମନ୍ତ ଅଗ୍ରୱାଲ ୯୬ ପ୍ରତିଶତ ମାର୍କ ରଖି ଦ୍ଵିତୀୟ ସ୍ଥାନ ରେ ରହିଛନ୍ତି। ପୁରବ ବେହେରା ଆଗକୁ ଆଇଆଇଟି ଇଂଜିନିୟରିଂ ପଢି ପରେ ୟୁପିଏସଇ କୋଚିଂ କରିବାକୁ ଇଚ୍ଛୁକ ଥିବା ପ୍ରକାଶ କରିଛନ୍ତି। ସେହିପରି ହେମନ୍ତ ଅଗ୍ରୱାଲ ମଧ୍ୟ ଆଇଆଇଟି ଇଂଜିନିୟରିଂ ପଢିବାକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପୁରବ ବେହେରା ଓ ହେମନ୍ତ ଅଗ୍ରୱାଲ ଓ ଅନ୍ୟ ଛାତ୍ରଛାତ୍ରୀ ଙ୍କ ସଫଳତାକୁ ନେଇ ବିକାଶ ଆବାସିକ ବିଦ୍ୟାଳୟ ପକ୍ଷରୁ ଆଜି ସମ୍ବର୍ଦ୍ଧନା କରାଯାଇଛି।
More Stories
ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ
ବଢ଼ିଲା ଆଶିଷଙ୍କ ସମସ୍ୟା, କୁଟ୍ଟେଙ୍କୁ ଆଶ୍ବସ୍ତି…..
ଚିକିତ୍ସା ପାଇଁ ‘ଆଭା ଆଇଡି’ ବାଧ୍ୟତାମୂଳକ