January 7, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୁନ୍ଦରଗଡ ଜିଲ୍ଲାର ଲିପ୍ସା ଓ ପ୍ରିତମଙ୍କୁ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସ ଅବସର ରେ ସମ୍ବର୍ଦ୍ଧିନା l

ମୋ ଟିଭି ଓଡିଶା / ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ)

ସୁନ୍ଦରଗଡ: ୨୭/୦୮: ୨୭ ଅଗଷ୍ଟ ୨୦୨୪ ମଙ୍ଗଳବାର ସକାଳ ୮ ଟା ସମୟରେ ପୁରୀ ତାଳବଣିଆ ଷ୍ଟାଡିୟମଠାରେ ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଝାଡେଶ୍ୱରୀ ମନ୍ଦିର ଠାରେ ଦ୍ୱୀପ ପ୍ରଜ୍ଜଳନ କରି ଖେଳାଳୀମାନେ ସହର ପରିକ୍ରମା କରି ପୁରୀ ଷ୍ଟାଡିୟମଠାରେ ପହଁଚିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୁରୀ ବିଧାୟକ ଜୟନ୍ତ କୁମାର ସଡଙ୍ଗୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡିଆ , ବଡିବିଲ୍ଡର ଅନୀଲ ଗୋଚ୍ଛିକାର, ଅଶୋକ ମହାପାତ୍ର, ରବିଶଙ୍କର ପ୍ରତିହାରୀ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଜିଲ୍ଲାର ପୂର୍ବତନ ମୁଷ୍ଟିଯୋଦ୍ଧା ଓ ପ୍ରଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନିତ ହୋଇ ଥିବା ବ୍ୟକ୍ତିବିଶେଷ ମାନଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ଲିପ୍ସା ଷଡ଼ଙ୍ଗୀ ଓ ପ୍ରିତମ କାକଙ୍କୁ ‘ମୁଷ୍ଟିଯୋଦ୍ଧl ସମ୍ମାନ’ ରେ ସମ୍ମାନିତ କରାଯାଇଛି l ତା ସହିତ ଭୁବନେଶ୍ୱରରୁ ଅମରେଶ ଜେନା, କଟକରୁ ବିଷ୍ଣୁ ପ୍ରସାଦ ପାଲ, କନ୍ଧମାଳରୁ ଦେବାଶିଷ ପ୍ରଧାନ, ସୁବର୍ଣପୁରରୁ କୃତିବାସ ଶତପଥୀ , ଗଞ୍ଜାମରୁ ସୁକାନ୍ତ ଦଳେଇ ଓ ଗଜପତିରୁ ମନୋହର ଜେନାଙ୍କୁ ସମ୍ମାନିତ କରାଯାଇଥିଲା । ଠିକ୍ ସେହିପରି ଓଡିଶା ପୋଲିସରେ କାର୍ଯ୍ୟରତ ଥିବା ପୂର୍ବତନ ମୁଷ୍ଟିଯୋଦ୍ଧା ବିଶ୍ୱଭୂଷଣ ପଣ୍ଡା, ମହେଶ୍ୱର ସେଠୀ, ସମସେର୍ ଅଲ୍ଲୀ,ସମର ସିହ୍ନା,ବିଶ୍ୱଜିତ ପ୍ରଧାନ,କାଳୁ ଚରଣ ସାହୁ,ସୁନୀଲ ଜେନା ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ପ୍ରଦୀପ ଦାସ, ମାନସ ଜେନା, ଜାବିର ଖାଁ, ଅକ୍ଷୟ ନାୟକ, ଲକ୍ଷ୍ମୀଧର ମୁଦୁଲି, ରାକେଶ ଭୋଇ, ମିଳନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ହରିହର କର ମଞ୍ଚ ପରିଚାଳନା କରିଥିବା ବେଳେ ପୁରୀ ବକ୍ସିଂ ଏକାଡେମୀ ର ପ୍ରତିଷ୍ଠାତା ସୁଦର୍ଶନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଲିପ୍ସା ଓ ପ୍ରିତମ ଙ୍କୁ ସୁନ୍ଦରଗଡ ଜିଲ୍ଳା ଆମେଚର ବକ୍ସିଂ ସଂଘ, ସୁନ୍ଦରଗଡ ଜିଲ୍ଲା ସିପକ୍ ଟାକ୍ରୋ ସଂଘ, ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜନ ସେବା ସମିତି ଯୋଗୀମାଲ ର ସମସ୍ତ ସଦସ୍ୟ ଓ ବକ୍ସିଂ ଖେଳାଳି ଶୁଭେଛା ଜଣାଇଛନ୍ତି l

Latest news