MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ପୁରୀ ସଦର ବିଧାନ ସଭା ଓ ଲୋକ ସଭା ନିର୍ବାଚନ ନିର୍ବାଚନ ନେଇ ଶଙ୍ଖ ଭବନଠାରେ ଦଳୀୟ ବୈଠକ।

ପୁରୀ: ଆସନ୍ତା ମେ ମାସରେ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ପାଇଁ ନିର୍ବାଚନୀ ବିଗୁଲ ବାଜି ସରିଛି। ବିଜୁ ଜନତା ଦଳ ପକ୍ଷରୁ ପୁରୀ ବିଧାନ ସଭା ଆସନ ପାଇଁ ପୂର୍ବତନ ବିଧାୟକ ସ୍ବର୍ଗତ ମହେଶ୍ୱର ମହାନ୍ତିଙ୍କ ପୁତ୍ର ସୁନିଲ କୁମାର ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରା ଯାଇଛି। ସେହିପରି ମୁମ୍ବାଇ ପୂର୍ବତନ ପୋଲିସ କମିଶନର ଅରୂପ କୁମାର ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରା ଯାଇଛି। ଉଭୟ ପ୍ରାର୍ଥୀ କିପରି ବିପୁଳ ଭାବେ ଭୋଟ ପାଇ ବିଜୟୀ ଲାଭ କରିବେ ସେ ନେଇ ଗୁରୁବାର ପୂର୍ବାହ୍ନରେ ଭୁବନେଶ୍ୱର ବିଜୁ ଜନତା ଦଳ ଶଙ୍ଖ ଭବନଠାରେ ନବ ନିର୍ବାଚିତ ରାଜ୍ୟ ସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଦଳ ପକ୍ଷରୁ ପୁରୀ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀର କର୍ମ କର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଥିଲା।

ବୈଠକରେ ରାଜ୍ୟ ବିଜୁ ଜନତା ଦଳର ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅଧ୍ୟକ୍ଷତା କରି ଥିବା ବେଳେ ପୁରୀ ଜିଲ୍ଲା ସଭାପତି ଦିବାକର ପାତ୍ର ସଭା ପରି ଚାଳନା କରିଥିଲେ। ଏହି ବୈଠକରେ ପୂର୍ବତନ ବ୍ରହ୍ମଗିରି ବିଧାୟକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ନଗର ସଭାପତି ସବ୍ୟସାଚୀ ମହାପାତ୍ର, ବରିଷ୍ଠ ବିଜେଡ଼ି ନେତା ରାମକୃଷ୍ଣ ଦାସ ମହାପାତ୍ର, ପୂର୍ବତନ ନଗର ପାଳ ଗୌରହରି ପ୍ରଧାନ, ସୁରେନ୍ଦ୍ର ନାଥ ଦାସ, କୃଷ୍ଣ ଚନ୍ଦ୍ର ପଣ୍ଡା,ବିଜୟ ମିଶ୍ର, ଶ୍ରୀ ପ୍ରକାଶ ମିଶ୍ର, ଶାନ୍ତିଲତା ପ୍ରଧାନ, ରବିନ୍ଦ୍ର ନାଥ ପଢ଼ିଆରୀ, ଭକ୍ତ ଚରଣ ଦାସ, ପୁଷ୍ପାଞ୍ଜଳି ରଣା, ବିନୋଦିନୀ ଦାସ, ଭଗବାନ ପଢ଼ିଆରି, ଗୋପାଳ କୃଷ୍ଣ ପଣ୍ଡା, ନାରାୟଣ ଖୁଣ୍ଟିଆ, କାଶୀନାଥ ମହସୁଆରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ବର୍ମା କହିଥିଲେ ପୁରୀ ସଦର ବିଧାନ ସଭା ଆସନ ଓ ଲୋକ ସଭା ସାଂସଦ ନିର୍ବାଚନ ବିଜୁ ଜନତା ଦଳ ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ଆସନ ଅଟେ। ଦୀର୍ଘ ତିରିଶ ବର୍ଷ ଧରି ବିଜେଡ଼ି ପୁରୀ ବିଧାନ ସଭା ଆସନ ଓ ଲୋକ ସଭା ସାଂସଦ ଆସନକୁ ଅକ୍ତିଆର କରି ଆସିଛି। ତେଣୁ ସମସ୍ତେ ଏକ ମନରେ ରାଜ୍ୟରେ ପୁଣି ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ରୂପରେ ଅଧିଷ୍ଠିତ କରିବା ପାଇଁ
ବିଜୁ ଜନତା ଦଳ ପ୍ରାର୍ଥୀ ମାନଙ୍କୁ ବିପୁଳ ଭାବେ ଭୋଟରେ ଜିତେଇବା ପାଇଁ କାର୍ଯ୍ୟ କରନ୍ତୁ। ସେହିପରି ରାଜ୍ୟ ସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ କହି ଥିଲେ ଓଡ଼ିଶାରେ ଆଗକୁ ନିର୍ବାଚନୀ ବୈତରଣୀ ଅଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତେ ଏକ ମନରେ କାର୍ଯ୍ୟ କରନ୍ତୁ। ପୁରୀ ଜିଲ୍ଲା ସଦର ନିର୍ବାଚନୀ ମଣ୍ଡଳୀ ବିଜୁ ଜନତା ଦଳର ଦୁର୍ଗ ଅଟେ। ଚଳିତ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ବରିଷ୍ଟ ନେତା ମହେଶ୍ୱର ମହାନ୍ତି ବିଜେପି ପ୍ରାର୍ଥୀଙ୍କ ଠାରୁ ହାରି ଥିଲେ। ଏଥର ତାଙ୍କ ପୁତ୍ର ସୁନିଲ କୁମାର ମହାନ୍ତି ଓ ଲୋକ ସଭା ସାଂସଦ ପ୍ରାର୍ଥୀ ଭାବେ ଅରୂପ କୁମାର ପଟ୍ଟନାୟକଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା କରା ଯାଇଛି। ତେଣୁ ସମସ୍ତେ ଏକ ମନରେ କାର୍ଯ୍ୟ କରନ୍ତୁ। ଦଳୀୟ ପ୍ରାର୍ଥୀ ମାନଙ୍କୁ ଜିତାନ୍ତୁ। ଆଜିର ଏହି କାର୍ଯ୍ୟ କ୍ରମରେ ସାଂସଦ ଶ୍ରୀ ଖୁଣ୍ଟିଆଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଯୋଗ ଦେଇ ଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।