January 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହେବ ନିଷ୍ପତ୍ତି

ମୋ ଟିଭି ଓଡିଶା / ପୁରୀ :

 ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହେବ ନିଷ୍ପତ୍ତି । ଏଥିପାଇଁ ଆଜି ଦିନ ୧୦ଟାରେ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ ବସିବାକୁ ଯାଉଛି । କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଆଜି ଏହି ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ଦ୍ବିତୀୟ ବୈଠକ ଆଜି (ମଙ୍ଗଳବାର) ଅନୁଷ୍ଠିତ ହେବାକୁ ଯାଉଛି । ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଦିନ ୧୦ଟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରକୋଷ୍ଠରେ ବୈଠକ ବସିବାକୁ ଥିବାବେଳେ ରତ୍ନଭଣ୍ଡାର ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ । ବୈଠକରେ ରତ୍ନଭଣ୍ଡାର ଚାବି ବି ଉପସ୍ଥାପିତ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚାବି କମିଟି ଆଗରେ ଉପସ୍ଥାପନ କରିବେ । ତେଣୁ ନବଗଠିତ କମିଟିର ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଏପଟେ ରତ୍ନଭଣ୍ଡାର ଖୋଲିଲେ ଅସ୍ଥାୟୀ ରତ୍ନଭଣ୍ଡାର କେଉଁଠି ହେବ ? କେଉଁଠି ରହିବ ସମସ୍ତ ଅଳଙ୍କାର ତାହା ଏବେ ଚର୍ଚ୍ଚାରେ ।

ଆଜି ରତ୍ନଭଣ୍ଡାର ତଦାରଖ କମିଟିର ଦ୍ଵିତୀୟ ବୈଠକ । ଦାଖଲ ହେବ ଟ୍ରେଜେରୀରୁ ମିଳିଥିବା ଡୁପ୍ଲିକେଟ ଚାବି । ଧାର୍ଯ୍ୟ ହୋଇପାରେ ରତ୍ନ ଭଣ୍ଡାର ଖୋଲିବା ନେଇ ତାରିଖ । ଗତ ୬ ତାରିଖରେ ହୋଇଥିଲା ତଦାରଖ କମିଟିର ପ୍ରଥମ ବୈଠକ ।

୨୦୧୮ ମସିହାରୁ ରତ୍ନଭଣ୍ଡାର ଚାବିକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଦ୍ବନ୍ଦ ରହିଥିଲା । ଏମିତିକି ଚାବି ହଜିଯାଇଥିବା ଚର୍ଚ୍ଚା ହେଉଥିଲା । ତେଣୁ ଆଜିର ବୈଠକରେ ଚାବି ଉପସ୍ଥାପନ ପରେ ଲୋକଙ୍କ ମଧ୍ୟରେ ଥିବା ଦ୍ବନ୍ଦ ହଟିବ ବୋଲି ଆଶା କରାଯାଉଛି । ରତ୍ନଭଣ୍ଡାର କେମିତି ଖୋଲାଯିବ ବୈଠକରେ ଏହାର ରୂପରେଖ ପ୍ରସ୍ତୁତ ହେବ । ବର୍ତ୍ତମାନ ମହାପ୍ରଭୁ ଜଗନ୍ନାଥ ନବଦିନାତ୍ମକ ଯାତ୍ରାରେ ଆଡ଼ପ ମଣ୍ଡପ ଅଭିମୁଖେ ବିଜେ କରିସାରିଛନ୍ତି । ତେଣୁ ଏହି ସମୟରେ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି ।

ସେହିପରି ଯଦି ଆଜି ଯାଞ୍ଚ କମିଟିକୁ ମିଳିବାକୁ ଥିବା ଚାବିରେ ରତ୍ନଭଣ୍ଡାର ନ ଖୋଲେ ତାହେଲେ ରତ୍ନଭଣ୍ଡାର ତାଲା ଭଙ୍ଗାଯିବ । ଏଥିପାଇଁ ସ୍ବତନ୍ତ୍ର ଏସ୍‌ଓପି ପ୍ରସ୍ତୁତ ହେବ । ଏନେଇ ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ବିଶ୍ବନାଥ ରଥ କହିଥିଲେ, ରତ୍ନଭଣ୍ଡାର ଚାବି ଟ୍ରେଜେରୀରେ ଥିବା ଜଣାପଡିଛି । ଟ୍ରେଜେରୀରୁ ଚାବି ଆଣିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ଜୁଲାଇ ୯ ବୈଠକରେ ଚାବି ଉପସ୍ଥାପନ ହେବ । ତେବେ ଚାବି କାମ ନକେଲେ ତାଲା ଭଙ୍ଗାଯିବ । ଏଥିପାଇଁ ଏସ୍‌ଓପି ଜାରି ହେବ । ଅସ୍ଥାୟୀ ଭଣ୍ଡାରକୁ ସିସିଟିଭି ନଜରରେ ରଖାଯିବ । ରତ୍ନର ଗଣତିମଣତି ସମୟରେ ଏହାର ତଦାରଖ କମିଟି ପକ୍ଷରୁ କରାଯିବ । ରତ୍ନ ଅଳଙ୍କାର ଚିହ୍ନଟ ପାଇଁ ବିଶେଷଜ୍ଞଙ୍କୁ ଅଣାଯିବ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।