January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଭାଜପା ରାଜ୍ୟ ସଭା ପ୍ରାର୍ଥୀଙ୍କୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ପଡିଛି ପୂର୍ଣ୍ଣଚ୍ଛେଦ ।

ମୋ ଟିଭି ଓଡିଶା / ଭୁବନେଶ୍ୱର : ଭାଜପା ରାଜ୍ୟ ସଭା ପ୍ରାର୍ଥୀଙ୍କୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବରେ ପଡିଛି ପୂର୍ଣ୍ଣଚ୍ଛେଦ । ନିଜେ ସ୍ପଷ୍ଟ କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ । ଓଡ଼ିଶାରେ ଖାଲି ପଡିଥିବା ଗୋଟିଏ ରାଜ୍ୟସଭା ସିଟ ପାଇଁ ଭାଜପାରୁ ୨ ଜଣ ପ୍ରାର୍ଥୀ ନାମାଙ୍କନ ଭରିଥିଲେ। ତେବେ ଏହି ୨ଜଣଙ୍କ ଭିତରେ କିଏ ରାଜ୍ୟ ସଭା ଯିବେ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା। ମମତା ମହାନ୍ତ ଭାଜପା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାବେଳେ ଭାଜପାର ଜଗନ୍ନାଥ ପ୍ରଧାନ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ୨ଜଣଙ୍କ ପ୍ରାର୍ଥୀପତ୍ର କାଏମ ମଧ୍ୟ ହୋଇଯାଇଥିଲା। ୨ଜଣଙ୍କ ଭିତରୁ ରାଜ୍ୟ ସଭା କାହାକୁ ପଠାଇବ ଭାଜପା ଏହାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ।

ମନମୋହନ କହିଛନ୍ତି, ରାଜ୍ୟ ସଭା ପାଇଁ ଆମର ଦଳୀୟ ପ୍ରାର୍ଥୀ ହେଉଛନ୍ତି ମମତା ମହାନ୍ତ । ତାଙ୍କୁ ହିଁ ଭାଜପା ପ୍ରାର୍ଥୀ କରିଛି । ଆଉ ଯାହାକୁ ଦଳ ପ୍ରାର୍ଥୀ କରିଛି ସେ ହିଁ ଫାଇନାଲ । ତେବେ ଅନ୍ୟ ଜଣେ ଭାଜପା ନେତା ଜଗନ୍ନାଥ ପ୍ରଧାନ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନେଇ ମଧ୍ୟ ବଡ଼ ବୟାନ ଦେଇଛନ୍ତି ମନମୋହନ । ସେ କହିଛନ୍ତି, ଡମି ପ୍ରାର୍ଥୀ ଭାବେ ଜଗନ୍ନାଥ ପ୍ରଧାନ ନାମାଙ୍କନ କରିଛନ୍ତି । ଦଳୀୟ ଚିହ୍ନରେ ଯିଏ ଲଢୁଛନ୍ତି ସେ ହିଁ ଦଳର ପ୍ରାର୍ଥୀ । ଆମର ପ୍ରାର୍ଥୀ ମମତା ମହାନ୍ତ । ପାର୍ଟି କାହାକୁ ଲଢେଇବ, ଡମି ପ୍ରାର୍ଥୀ ଦେବ, ସେଥିରେ କାହିଁକି ଅନ୍ୟମାନଙ୍କ ମୁଣ୍ଡବ୍ୟଥା ହେଉଛି ବୋଲି ସେ କହିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।