ମୋ ଟିଭି ଓଡିଶା / ଆଗରପଡ଼ା : ୦୨/୦୮
ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରତି ପଂଚାାୟତରେ ଜଣେ ପିଇଓ ବା କାର୍ଯ୍ୟନିର୍ବାହୀ ଅଧିକାରୀ, ଜଣେ ଜିଆରଏସ ବା ଗ୍ରାମ୍ୟ ରୋଜଗାର ସେବକ ଏବଂ ଜଣେ କନିଷ୍ଠ ଯନ୍ତ୍ରୀ ରହିବାର ନିୟମ ରହିଛି କିନ୍ତୁ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ଯାହା ଫଳରେ ଉନ୍ନୟନ ମୂଳକ କାର୍ଯ୍ୟର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବ୍ଲକରେ ୨୫ଟି ଗ୍ରାମପଂଚାୟତ ପାଇଁ ବର୍ତ୍ତମାନ ୮ଜଣ କିନଷ୍ଠ ଯନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ୮ଜଣ କନିଷ୍ଠଯନ୍ତ୍ରୀଙ୍କ ମଧ୍ୟରୁ ୫ଜଣ ମହିଳା । ସୂଚନା ଅନୁଯାୟୀ; କନିଷ୍ଠଯନ୍ତ୍ରୀ ସୁପ୍ରଭା ପ୍ରଧାନଙ୍କୁ ବସନ୍ତିଆ, ଗଣିଜାଙ୍ଗ, ସେଣ୍ଢତିରା ଓ ଓଡ଼ଙ୍ଗ, ଅମର ଜ୍ୟୋତି ଦିପକ କୁମାର ଜେନାଙ୍କୁ ଗୋବିନ୍ଦପୁର, ବନ୍ତ, ରାମପୁର, ଅନିରୁଦ୍ଧ ବିଶ୍ୱାଳଙ୍କୁ ତୋଡ଼ଗାଁ, କେନ୍ଦୁଆପଦା, ଛୟାଳସିଂହ ଓ ଟିଲୋ, ପ୍ରଜ୍ଞା ପରମିତା ମହାନ୍ତିଙ୍କୁ ଆଡ଼ିଆ, ପୁରୁଷଣ୍ଢ, ଅଣିଜୋ, ଗୋପିନାଥପୁର, ପ୍ରଦିପ ପରିଡ଼ାଙ୍କୁ ବଡ଼ବର୍ଚ୍ଚିକୟାଁ, ରାମଚନ୍ଦ୍ରପୁର, ଅସିମା ନାୟକଙ୍କୁ ଚାରିଗାଁ, ବଡ଼ମହିଁଷଗୋଠ, ମହାନ୍ତିପଡ଼ା, ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀଙ୍କୁ ବିଟିପୁର, କାଦବରାଙ୍ଗ, ନିଳକ ଓ ପ୍ରଜ୍ଞା ପରମିତା ସେଠୀଙ୍କୁ ପଧାନପଡ଼ା, ରାମକୃଷ୍ଣପୁର ପଂଚାୟତର ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ବ୍ଲକର ଏକମାତ୍ର ବୈଷୟିକ ପରାମର୍ଶ ଦାତା ଜଗନ୍ନାଥ ବିଶ୍ୱାଳଙ୍କ ଧାମନଗର ବ୍ଳକକୁ ବଦଳି ହୋଇଯାଇଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକ ଦାଇତ୍ୱରେ ଥିବା ବୈଷୟିକ ପରାମର୍ଶ ଦାତାକୁ ବନ୍ତ ବ୍ଳକର ଅତିରିକ୍ତ ଦାଇତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ତେଣୁ ୮ଜଣ କନିଷ୍ଠ ଯନ୍ତ୍ରୀ ୨୫ଟି ପଂଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କିପରି କରିବେ ତାହା ସହଜରେ ଅନୁମେୟ ।
ଅପରପକ୍ଷରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ ଯେତୋଟି ବିଦ୍ୟାଳୟ ଅଛି ଉକ୍ତ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ , ନୂତନ ବିଦ୍ୟାଳୟ ନିର୍ମାଣ, ବିଦ୍ୟାଳୟ ମରାମତି ଏହିପରି ବିଦ୍ୟାଳୟର ଅନେକ କାର୍ଯ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅଧିନରେ ହେବାକୁ ଥିବା ବେଳେ ଉକ୍ତ କାର୍ଯ୍ୟର ତଦାରଖ ଦାୟିତ୍ୱ ବୈଷୟିକ ପରାମର୍ଶ ଦାତାଙ୍କର ଅଟେ । ଏହିପରିସ୍ଥଳେ ଭଣ୍ଡାରିପୋଖରୀ ବ୍ଲକ ଦାୟିତ୍ୱରେ ଥିବା ବୈଷୟିକ ପରାମର୍ଶ ଦାତାଙ୍କୁ ବନ୍ତ ବ୍ଳକର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯିବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିବା ସହ ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସେହିପରି ବ୍ଲକରେ ୧୩ ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏକାଧିକ ଗ୍ରାମପଂଚାୟତର ଦାୟିତ୍ୱରେ ରହୁଥିବାରୁ ସରକାରୀ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁ ନଥିବା ବେଳେ ହିତାଧିକାରୀମାନେ ଠିକ୍ ସେବା ପାଇପାରୁ ନାହାନ୍ତି । ଜନମଙ୍ଗଳ ସଂପ୍ରସାରଣ ଅଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାର ଦାୟିତ୍ୱ ତୁଲାଉଥିବା ଜଣାପଡ଼ିଛି । ତେଣୁ ସରକାରଙ୍କ ତରଫରୁ ବ୍ଲକରେ ଆବଶ୍ୟକ ମୁତାବକ କର୍ମଚାରୀ ମୂତୟନ କରାଯାଇ ପାରୁ ନଥିବାରୁ ଏହାର ଉନ୍ନୟନ ମୂଳକ କାର୍ଯ୍ୟର ସଫଳ ରୂପାୟନ ହୋଇପାରୁନାହିଁ । ଏହି ସବୁ ସମସ୍ୟାର ସମାଧାନ କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟର ସୁଚାରୁ ରୂପେ ପରିଚାଳନା କିପରି ହୋଇପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ବେବାକୁ ବନ୍ତ ଅଂଚଳବାସୀ ଦାବି କରିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।