ମୋ ଟିଭି ଓଡିଶା / ଆଗରପଡ଼ା : ତା୨୬/୮:
ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ବନ୍ତ ବ୍ଲକର ବିଭିନ୍ନ ଶିଶୁମନ୍ଦିର ଓ ମନ୍ଦିର ମାନଙ୍କରେ ରାଧାକୃଷ୍ଣଙ୍କ ପ୍ରତିଯୋଗୀତା ସହ ଜନ୍ମାଷ୍ଠମୀ ବ୍ରତ ପାଳିତ ହୋଇଛି । ଏହି ଉପଲକ୍ଷେ ରାମଚନ୍ଦ୍ରପୁର ପଂଚାୟତ ଅଧିନସ୍ଥ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ କୁନି କୁନି ପିଲାମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଏକକ ଅଭିନୟ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତିପ୍ରତିଯୋଗୀମାନଙ୍କୁ ଶିଶୁମନ୍ଦିର ତରଫରୁ ପୁରସ୍କୃତ କରାଯାଇଥିଲା ।ଏଥିରେ ସମିକ୍ଷକ ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସାମଲ,ହୃଷିକେଷ ମିଶ୍ର,ଶିକ୍ଷାବିତ୍ ସୂର୍ଯ୍ୟମଣି ରାଉଳ, ପ୍ରକାଶ ଚନ୍ଦ୍ର ସାହୁ , ପ୍ରଧାନ ଆଚାର୍ଯ୍ୟା ଇତିଶ୍ରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀତା ଦ୍ୱାରା ଦ୍ୱାପର ଯୁଗର ରାଧାକୃଷ୍ଣ ଙ୍କର ଅପୂର୍ବ ଲୀଳା ସହ ପୁରାଣର ମହାନ କାହାଣୀ ପୁନଃ ଜୀବିତ ହେବା ସହ ସଂସ୍କୃତିର ପୁନଃ ଜିବିତ ହୋଇ ଥାଏ ବୋଲି ପ୍ରକାଶ କରିଥିଲେ । ଏହାକୁ ଶିଶୁମନ୍ଦିର ର ଗୁରୁମା ଦମୟନ୍ତି କରଶର୍ମା,ଉଷାରାଣୀ ବେହେରା,ସୌଭାଗ୍ୟ ମଂଜରୀ ପରିଡ଼ା,ମିନତିଲତା ରାଉତ,ସାବିତ୍ରୀ ମାଝୀ,ପ୍ରଭାତି ପତି ,ସଶ୍ମିତା ପତି,ଧରିତ୍ରୀ ଭୋଇ ,ସବିତା ଦାସ ,ଗରୁଜୀ ସୁନିଲ ରାଉଳ,ରେବତୀ ବାରିକ, ପ୍ରମୁଖ । ଏହିପରି ମଧ୍ୟ ବନ୍ତ ସରସ୍ୱତୀ ଶିଶୁମନ୍ଦିର ,ତୋଡ଼ଙ୍ଗାର ବିବେକାନନ୍ଦ ଶିଶୁମନ୍ଦିର,ନିଳୋକର ସାଧନା ଶିଶୁବିଦ୍ୟାମନ୍ଦିର ଆଦି ରେ ଏହି ପ୍ରତିଯୋଗିତା ସହ କପାଳୀ କ୍ଷେତ୍ରର ଜଗନ୍ନାଥ ମନ୍ଦିରରେ ଏହି ପର୍ବ ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଟିତ ହୋଇଥିଲା ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।