ମୋ ଟିଭି ଓଡିଶା / ଭୁବନେଶ୍ୱର :
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ସହିତ ଉତ୍ତର ଏବଂ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡା, ନବରଙ୍ଗପୁର ଏବଂ କନ୍ଧମାଳରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କୋରାପୁଟ ଏବଂ ମାଲକାନଗିରି ଜିଲାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ, ରାୟଗଡା, ଗଞ୍ଜାମ, କେନ୍ଦୁଝର, ଢେଙ୍କାନାଳ ଏବଂ କଳାହାଣ୍ଡିରେ ବର୍ଷା ହୋଇଛି। ମୟୂରଭଞ୍ଜ ଜିଲାର ଜାମସୋଲାଘାଟରେ ସବୁଠୁ ଅଧିକ ୯୫.୮ମି.ମି ବର୍ଷା ଏବଂ ଗୁଣୁପୁରରେ ୭୬.୨ମି.ମି ବର୍ଷା ରେକର୍ଡ ହୋଇଥିବାବେଳେ ଶନିବାର ସକାଳ ସାଢେ ୮ଟାରୁ ସନ୍ଧ୍ୟା ୫.୩୦ମିନିଟ ମଧ୍ୟରେ ବାରିପଦା ୯୨ମି.ମି, ତାଳଚେର ୪୩ମି.ମି, ବୌଦ୍ଧ ୩୧ମି.ମି, ନୟାଗଡ ୩୦ମି.ମି, ବଲାଙ୍ଗିର ୧୫ମି.ମି ଏବଂ ଅନୁଗୋଳ ୧୦ମି.ମି ବର୍ଷା ହୋଇଛି। ୮ତାରିଖ ପରେ ବର୍ଷା ପରିମାଣ କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।