ମୋ ଟିଭି ଓଡିଶା / ସୁନ୍ଦରଗଡ଼ (ଦେବେନ୍ଦ୍ର କୁମାର ଭିତ୍ରିଆ )
ଗତ ରାତିରୁ ସୁନ୍ଦରଗଡ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗିରହିଛି, ଫଳରେ ସୁନ୍ଦରଗଡ ର ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ସୁନ୍ଦରଗଡ ସହର ଠାରୁ ଆରମ୍ଭ କରି ଜିଲ୍ଲା ର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ପାଣିରେ ରାସ୍ତା ଧୋଇହୋଇଯିବା ସହ ଛୋଟ ଛୋଟ ପୋଲ ବର୍ଷା ରେ ଭାସିଯାଇଥିବା ସୂଚନା ମିଳିଛି ।
ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଛି ଫଳରେ ଟାଙ୍ଗରପାଲି ବ୍ଲକ ର କାଲୋବାହାଲ ରୁ ବେଲକିଡିହୀ ଗ୍ରାମ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେବା ଫଳରେ ଉକ୍ତ ସ୍ଥାନରେ ୧୦ ଫୁଟ୍ ର ଘାଇ ସୃଷ୍ଟି ହୋଇଯାଇଛି । ଫଳ ସ୍ୱରୁପ ସ୍ଥାନୀୟ ଲୋକେ ଯିବା ଆସିବା ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ସାଇକେଲ୍ ଓ ବାଇକ୍ ଆରୋହୀ ଘାଇ ଉପରେ କାଠ ପଟା ରଖି ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ଯଥା ଶୀଘ୍ର ରାସ୍ତା ମରାମତି ପାଇଁ ପ୍ରସାଶନ ପାଖରେ ଗୁହାରି କରିଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।