MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜେଶ ବର୍ମାଙ୍କୁ ନୂଆ ଦାୟିତ୍ୱ…

ମୋ ଟିଭି ଓଡିଶା / ନୂଆଦିଲ୍ଲୀ :

ଓଡ଼ିଶା କ୍ୟାଡ଼ରର ୧୯୮୭ ବ୍ୟାଚ୍ ଆଇଏଏସ୍ ରାଜେଶ ବର୍ମା କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଂଟ(ସିଏକ୍ୟୁଏମ) ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତିଙ୍କ ସଚିବ ଭାବେ ସେ ଅଗଷ୍ଟ ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେଇଥିଲେ। ସୂଚନା ଅନୁସାରେ, ଶ୍ରୀ ବର୍ମା ନ୍ୟାସନାଲ କ୍ୟାପିଟାଲ ରିଜନ(ଏନସିଆର) ଓ ତା’ର ପାଶ୍ୱର୍ବର୍ତ୍ତୀ ଅଂଚଳରେ ଏୟାର କ୍ୱାଲିଟି ମ୍ୟାନେଜମେଂଟ କମିଶନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ ଦିନଠୁ ୩ବର୍ଷ ପାଇଁ କାର୍ଯ୍ୟ କରିବେ । ଦୀର୍ଘ ସାଢ଼େ ୩ ଦଶନ୍ଧି ଧରି ସେ ଆଇଏଏସ୍ ଅଫିସର ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ ବିଭିନ୍ନ ପ୍ରଶାସନିକ ପଦପଦବୀରେ କାର୍ଯ୍ୟ କରିଛନ୍ତି । ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ବର୍ମା ତାଙ୍କର ସଚିବ ଦାୟିତ୍ୱ ତୁଲାଇଥିଲେ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।