MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜେଡି ପ୍ରାର୍ଥୀ ଲମ୍ବୋଦର ଓ ପୁଷ୍ପେନ୍ଦ୍ରଙ୍କ ପାଇଁ ପ୍ରଚାର କଲେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ।

ମୋଟିଭି ଓଡିଶା : ୦୯/୦୫ : କଳାହାଣ୍ଡି : ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ହାତ ଗଣତି ସମୟ ରହି ଥିବା ବେଳେ ପ୍ରଚାର ପାଇଁ ଦିନରାତି ଏକ କରି ଦେଇଛନ୍ତି ପ୍ରାର୍ଥୀ ଓ ସମର୍ଥକ । ଗୁରୁବାର ଧର୍ମଗଡ ନିର୍ବାଚନ ମଣ୍ଡଳୀ କୋକସରା ବ୍ଲକ ର ମାଝୀଗୁଡା ଓ ଲଡୁଗାଁ ପଞ୍ଚାୟତରେ ବିଜେଡି ପକ୍ଷରୁ ମାରାଥନ ପ୍ରଚାର କରାଯାଇଛି।

ଏହି ପ୍ରଚାର ରେ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସହ ନବରଙ୍ଗପୁର ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ଧର୍ମଗଡ ବିଧାୟକ ମୋୖଷଧି ବାଗ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବ୍ଲକ ସଭାପତି। ସୁଶାନ୍ତ କୁମାର ବେହେରା, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ରାଜ୍ୟ ଓମଫେଡ଼ର ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ଦୁର୍ଗା ନାଏକ, ନାରିନେତ୍ରୀ ଅଶୋକା ନାଏକ ସମେତ ଅନ୍ୟ ମହିଳା ନେତ୍ରୀ ଓ ଦଲୀୟ ଶତାଧିକ କର୍ମକର୍ତ୍ତା ପ୍ରଚାରରେ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଓ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି।

ମାଝୀଗୁଡା ଓ ଲଡୁଗାଁ ରେ ରୋଡ଼ ଶୋ ରେ ହଜାର ହଜାର ଜନ ସାଧାରଣ ଙ୍କ ଜନ ସମର୍ଥନରେ ବିଧାୟକ ପ୍ରାର୍ଥୀ ଭୋଟ ଭିକ୍ଷା କରିବା ସହ ରାଜ୍ୟ ସରକାରଙ୍କ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ବିକାଶ ମୂଳକ କାର୍ଯ୍ୟକ୍ରମର ଚିଠା ଜନ ସାଧାରଣଙ୍କୁ ବୁଝାଇବା ସହ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରି ପୁଣିଥରେ ବିଜେଡି ସରକାର ଓ ଦଲୀୟ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ଅନୁରୋଧ କରିଛନ୍ତି।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।