ରକ୍ଷାବନ୍ଧନ
ଭାଇ ଭଉଣୀ ଭିତରେ ଥିବା ସ୍ନେହ ଓ ପବିତ୍ର ବନ୍ଧନର ପର୍ବ। ଏହି ଦିନ ଭାଇର ସୁରକ୍ଷା ଓ ଉନ୍ନତି କାମନା କରି ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। ଆଉ ପ୍ରତି ବଦଳରେ ଭଉଣୀକୁ ଭାଇଠାରୁ ସଦାସର୍ବଦା ତାର ବିପଦ ଆପଦ ରେ ସୁରକ୍ଷା ଦେବାସହ ସାଥୀ ହୋଇ ଠିଆହେବାର ପ୍ରତିବଦ୍ଧତା ଉପହାର ସ୍ୱରୂପ ମିଳିଥାଏ। ତେବେ ଏହି ପବିତ୍ର ବନ୍ଧନର ଝଲକ ଶ୍ରୀମନ୍ଦିରରେ ତଥା ଶ୍ରୀଜଗନ୍ନାଥ ସଂସ୍କୃତିରେ ମଧ୍ୟ ଦେଖିବାକୁ ମିଳିଥାଏ।
ଦେବୀ ସୁଭଦ୍ରା ନିଜର ଦୁଇ ଭାଇ ଜଗନ୍ନାଥ ଏବଂ ବଳଭଦ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ଭାରତୀୟ ପରମ୍ପରାର ପବିତ୍ର ସମ୍ପର୍କକୁ ଦର୍ଶାଇ ଥାଆନ୍ତି।ସେଥିପାଇଁ ଚିତାଲାଗି ଅମାବାସ୍ୟା ପରେ ପରେ ମହାପ୍ରଭୁଙ୍କ ପାଟରା ବିଶୋୟି ସେବାୟତ ପ୍ରସ୍ତୁତ କରୁଛନ୍ତି ୪ ଟି ରାକ୍ଷୀ ।ବଳଭଦ୍ର ଓ ଜଗନ୍ନାଥଙ୍କ ପାଇଁ ବାଇଗଣୀ ନୀଳ ହଳଦିଆ ନୀଳ ରଙ୍ଗର ରାକ୍ଷୀ ପ୍ରସ୍ତୁତ କରାଯାଇଥାଏ ।ଦୁଇଟି ବଡ଼ଭାଇ ବଳଭଦ୍ର ଓ ଅନ୍ୟ ଦୁଇଟି ସାନ ଭାଇ ଜଗନ୍ନାଥ ପରିଧାନ କରିଥାନ୍ତି ।ପ୍ରାୟ ୧୫ କିଲୋ ଓଜନର ଏହି ରାକ୍ଷୀ ସବୁକୁ ପ୍ରସ୍ତୁତ କରିବା ପାଇଁ ଦିନକୁ ୪ ରୁ ୫ ଘଣ୍ଟା ପରିଶ୍ରମ କରିବା ସହ ପ୍ରାୟ ୧୫ ଦିନ ସମୟ ଲାଗିଥାଏ ବୋଲି କହିଛନ୍ତି ପାଟରା ବିଶୋୟୀ ସେବାୟତ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।