ମୋ ଟିଭି ଓଡିଶା / ସୋର : ୧୯/୦୮
ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ, ଭାଇ ହାତରେ ଭଉଣୀ ରକ୍ଷାସୁତ୍ର ବା ରାଖୀ ବାନ୍ଧି ଭାଇ ର ଦୀର୍ଘାୟୁ କାମନା କରିଥାଏ ଏବଂ ଭାଇ ମଧ୍ୟ ଭଉଣୀ କୁ ସବୁ ବିପଦ ଆପଦ ରୁ ରକ୍ଷା କରିବାକୁ ସଂକଳ୍ପ ନେଇଥାଏ। ଭାଇ ଯେତେ ଦୂର ରେ ଥିଲେ ବି ଭଉଣୀ ନ ଯାଇ ପାରିଲେ ବି ଭାଇ ପାଇଁ ରାଖୀ ପଠାଇ ଥାଏ। ଏଇ ଭାଇ ଭଉଣୀ ର ପବିତ୍ର ସମ୍ପର୍କ ଭଉଣୀ କୁ ଭାଇ ହାତରେ ରାଖୀ ବାନ୍ଧିବା ପାଇଁ ଜେଲ କୁ ମଧ୍ୟ ଟାଣି ଆଣିଛି ଯାହା ଦେଖିବାକୁ ମିଳିଛି ସୋର ଉପକାରାଗାର ରେ।
ବାଲେଶ୍ୱର ଜିଲ୍ଲା ସୋର ଥାନା ସୋର ଉପକାରାଗାରରେ ଦେଖିବାକୁ ମିଳିଛି ହୃଦୟସ୍ପର୍ଶୀ ଦୃଶ୍ୟ l ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ l ତେଣୁ ପ୍ରତ୍ୟେକ ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ l ଆଜି ଏଥିପାଇଁ କିଛି ଭଉଣୀ ଜେଲରେ ଥିବା ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଆସିଥିଲେ l ବିଳମ୍ବ ହେତୁ ଆଖିରେ ଝରି ଆସୁଥିଲା ଲୁହ l ଭାଇର ଭଲ ପାଇବା ଆଜି ଭଉଣୀକୁ ଜେଲ ପର୍ଯ୍ୟନ୍ତ ଟାଣି ଆଣିଛି l ଭାଇ ହାତରେ ରାକ୍ଷୀ ବାନ୍ଧି ସାରିଲେ ଭଉଣୀ ଖୁସି ହେବ ବୋଲି କହିଛନ୍ତି l ତେଣୁ ଆଜି ସ୍ନେହରେ ହାତରେ ରାକ୍ଷୀ, ମିଠା ଧରି ଜେଲ ଆଗରେ ପହଞ୍ଚିଥିଲେ କିଛି ଭଉଣୀ।
ରକ୍ଷାବନ୍ଧନରେ ଭାଇର ଭଲପାଇବା ଭଉଣୀକୁ ନେଇ ଆସିଲା ଜେଲ।

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।