ମୋଟିଭି ଓଡିଶା : ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ସତ୍ୟବାଦୀର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ। ଶଙ୍ଖ ଭବନରେ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଓ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି।
ଦୀର୍ଘ ଦିନ ଧରି ସେ ସତ୍ୟବାଦୀରେ ବିଜେପି ପାଇଁ କାମ କରୁଥିଲେ। ଯେତେବେଳେ ଦଳ ତାଙ୍କୁ ଯେଉଁ ଦାୟିତ୍ଵ ଦେଇଛି , ତାହା ସେ ସମ୍ପନ୍ନ କରିଛନ୍ତି। କିନ୍ତୁ ଦଳ ତାଙ୍କୁ ପ୍ରତାରିତ କରିଛି। ଯେଉଁଥିପାଇଁ ସେ ଇସ୍ତଫା ଦେଇଛନ୍ତି। ସତ୍ୟବାଦୀରୁ ସେ ବିଧାୟକ ଭାବେ ଲଢିବାକୁ ଆଶାୟୀ ଥିଲେ। କିନ୍ତୁ ଯେହେତୁ ଦଳ ଓମପ୍ରକାଶ ମିଶ୍ର ଯିଏକି ପୂର୍ବଧର ପ୍ରାର୍ଥୀ ହୋଇଥିଲେ। ତାଙ୍କ ଉପରେ ଦଳ ପୁଣି ଥରେ ଭରସା କରିଛି। ଓମପ୍ରକାଶ ମିଶ୍ରଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଟିକେଟ୍ ଆଶାରେ ଥିବା ରମାରଞ୍ଜନ ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ । ହେଲେ ଦଳ ତାଙ୍କୁ ଟିକେଟ ନଦେବାରୁ କ୍ଷୋଭ ପ୍ରକାଶ କରି ଦଳ ଛାଡିଥିଲେ। ଆଜି ବିଜେଡିରେ ସାମିଲ ହେଉ ହେଉ ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ରମାରଞ୍ଜନ।
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।