January 31, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାମେଶ୍ୱର ଭଗବତ ମେଳନ ଅନୁଷ୍ଠିତ।


ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରର ପ୍ରସିଦ୍ଧ ଭଗବତ ମେଳଠ। ରାମେଶ୍ୱର ଭଗବତ ମେଳନ ଆସିଲେ ସ୍ଥାନୀୟ ଜନସାଧାରଣଙ୍କ ମନରେ ନାହିଁ ନଥିବା ଉତ୍ସାହ ଦେଖାଯାଇଥାଏ। ଚଳିତ ବର୍ଷ ରାମେଶ୍ୱର ଗାଁ ଭଗବତ ମେଳନ ପଡିଆ ହୋଇଛି ଉତ୍ସବମୁଖର। ମନ୍ଦାକିନି ନଦୀର ଉତ୍ତର ପାଶ୍ୱର୍ରେ ଅବସ୍ଥିତ ଭଗବତ ମେଳନ ଦୋଳପଡିଆରେ ବିଜେ ମଣ୍ଡପରେ ଦୋଳବିମାନରେ ବିରାଜମାନ କରିଛନ୍ତି ୨୪ଗ୍ରାମର ଦେବାଦବୀ। ସ୍ଥାନାଧିପତି ଭାବରେ ବିରାଜମାନ କରିଛନ୍ତି ରାମେଶ୍ୱର ଗ୍ରାମର ଆରାଧ୍ୟ ଦେବତା ଭଗବତ ଦେବ। ପ୍ରତିବର୍ଷ ଏଠାରେ ୩ଦିନ ଧରି ଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ ମହାଆଡମ୍ବରରେ ହେଉଛି ଭଗବତ ମେଳନ।


ଦେଖନ୍ତୁ ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଗ୍ରାମପଂଚାୟତ ରାମେଶ୍ୱର ଭଗବତଦେବ ମେଳନ ପଡିଆ ଏ ବର୍ଷ ବେଶ ଭିଡ ଜମିଛି ପଡିଆରେ। ରଂଗବେରଗଂର ଆଲୋକ ମାଳାରେ ଝଲସି ଉଠିଛି ଯାତ୍ରାପଡିଆ। ସଂସ୍କୃତି ସଂମ୍ପନ୍ନ ଗାଁ ରାମେଶ୍ୱରର ଏହି ଯାତ୍ରା ବହୁ ପୂରୁଣା ୧୯୫୨ ମସିହାରୁ ପାରମ୍ପରିକ ଭାବରେ ଭଗବତ ମେଳନ ହୋଇଆସୁଛି ଭଗବତ ମେଳନକୁ ପୁରିଲାଣି ୭୨ବର୍ଷ।ରାମେଶ୍ୱର ଗ୍ରାମର ପ୍ରତି ସାହିରେ ପ୍ରତି ଭଗବତ ଟୁଗିଂରେ ଭଗବତ ପୋଥି ପୂଜା କରାଯାଉଥିଲା। ସେତେବେଳେ ଗ୍ରାମର ମୁରବି ଲୋକମାନେ ଚିନ୍ତା କରିଥିଲେ ରାମେଶ୍ୱର ପଂଚୁଦୋଳ ମେଳନ, ଚନ୍ଦନ ଯାତ୍ରା ସହିତ ଭଗବତ ମେଳନ କରିବା ପାଇଁ। ଭଗବତ ମେଳନ ପାଇଁ ରାମେଶ୍ୱର ଗ୍ରାମର ସବୁ ସାହିର ମୁରବି ଲୋକମାନେ ବୈଠକ କରି ମେଳନ ଆରମ୍ଭ କରିଥିଲେ। ପୂର୍ବରୁ ଚାଲିଥିବା ମେଳନରେ ରାଜ ପ୍ରତିଷ୍ଠିତ ଠାକୁରଙ୍କ ନିକଟରେ ଶଖୁଂଡି ଭୋଗ ହୋଇଥାଏ ସେତେବେଳେ ନିତିନିୟମ ଥାଏ ରାଜ ପ୍ରତିଷ୍ଠିତ ଠାକୁରଙ୍କ ନୀତିରେ କୈ।ଣସି ପରିବର୍ତ୍ତନ ହୋଇନଥାଏ। ପୂର୍ବରୁ ଚାଲିଥିବା ମେଳନରେ ଅପେରା ହେଉଥିବା ବେଳେ ଠାକୁର ରାତିରେ ଶୋଭାଯାତ୍ରାରେ ଆସିଲେ ଯାତ୍ରାର କୈ।ଣସି ମୂଲ୍ୟ ନଥାଏ ଅନୁଭବ କରି ଗ୍ରାମର ମୂରବି ଲୋକମାନେ ଏକ ବୈଠକ ଡାକି ନିସ୍ପତି କରିଥିଲେ ଯେ ରାମେଶ୍ୱର ମନ୍ଦାକିନି ନଦୀ ପାଶ୍ୱରେ ଭଗବତ ମେଳନ କରିବେ ଠାକୁର ଦୋଳପଡିଆରେ ଦୋଳବିମାନରେ ବିରାଜ ମାନ କରିବେ l ଠାକୁରଙ୍କ ପାଖରେ କେବଳ ଶୁଖିଲି ଭୋଗ ଲାଗିବ, ଠାକୁରଙ୍କ ରୀତିନୀତିରେ ଶଂଖୁଂଡି ଭୋଗ ହେଉନଥିବାରୁ ଠାକୁର ଦୋଳବିମାନ ୩ଦିନ ପର୍ଯ୍ୟନ୍ତ ଭଗବତ ଦେବ ମେଳନ ପଡିଆରେ ଦୋଳବିମାନରେ ବିରାଜମାନ କରି ଭକ୍ତ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଭଗବତ ମେଳନ ପଡିଆରେ ଦୁଇଦିନ ଧରି ଅପେରା ଯାତ୍ରା ଅନୁଷ୍ଠିତ ହେବ।ମେଳନ ପଡିଆରେ ମେଳିଛି ରଂଗ ବେରଙ୍ଗର ମନୁହରି ପସରା,ଜଳଖିଆ, କାଠ ଜିନିଷପତ୍ର ସହିତ ଅନ୍ୟାନ୍ୟ ଘରକରଣା ଆସବାବପତ୍ର। ଦୋଳପଡିଆରେ ବିଭିନ୍ନ ଭେରାଇଟ ଖାଦ୍ୟର ପସଲା ମେଲିଛି। ଠାକୁରଙ୍କ ଦୋଳବିମାନ ରଂଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳରେ ସଜେଇ ହୋଇଛି। ସ୍ଥାନାଧିପଡି ଭଗବତଦେବ ଓ ଆଖପାଖ ୨୪ଖଣ୍ଡ ଗ୍ରାମରୁ ଆସିଥିବା ଦେବାଦେବୀ ମାନଙ୍କୁ ଦୋଳ ବିମାନରେ ଏକ ବିରାଟ ପଟୁଆରରେ ସାହି ସାହିରେ ଭୋଗ ଖାଇଥାନ୍ତି। ସମସ୍ତ ଠାକୁରଙ୍କୁ ବିମାନରେ ଏକ ବିରାଟ ଶୋଭାଯାତ୍ରାରେ ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ,ଚାଙ୍ଗୁ, ବାଘ ନୃତ୍ୟ, କେଳା କେଳୁଣୀ, ନାଗା ନୃତ୍ୟ, ଷଣ୍ଢ ନୃତ୍ୟ, ଘୋଡା ନୃତ୍ୟ, ଶୀବ ପାର୍ବତୀ କଳ ନୃତ୍ୟ, ପରୀ ନୃତ୍ୟ ସବୁ ସାମିଲ ହୋଇ ଗାଁ ପରିକ୍ରମା କରି ଦୋଳମଣ୍ଡପରେ ବିଜେ ହୋଇଛନ୍ତି। ହରିବୋଲ ହୁଳହୁଳି ଧୂନୀରେ ଫାଟିପଡୁଛି ମେଳଣ ପଡିଆ।ମେଳନ ପଡିଆରେ ଭକ୍ତ ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ଉପରେ ଅବିର ଛିଚିଂ ଠାକୁରଙ୍କ ଆଶିଷ ଭିକ୍ଷା କରି ଦର୍ଶନ କରୁଛନ୍ତି। ରାମେଶ୍ୱର ଗ୍ରାମର ସବୁ ସାହିର ମୂରବି,ସାହି ମୁଖିଆ ଓ ଯୁବକ ଗୋଷ୍ଠୀ ସହଯୋଗଙ୍କ ରେ ଶାନ୍ତିଶୃଙ୍ଖଳାର ସହିତ ଚଳିତ ଭଗବତଦେବ ମେଳନ ଅନୁଷ୍ଠିତ ହେଉଛି।


ଭଗବତ ମେଳନ ସମସ୍ତଙ୍କ ମନରେ ଭରିଦେଇଛି ଅଶେଷ ଆନନ୍ଦ।ଭଗବତଦେବ ମେଳନ ପଡିଆରେ ଖଚାଖଚ ଭିଡରେ ଭକ୍ତଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରି ଠାକୁରଙ୍କ ଆଶିଷ ଭିକ୍ଷା କରିଛନ୍ତି ଏବଂ ଯାତ୍ରାପଡିଆ ରେ ବୁଲାବୁଲି କରି କିଣାକିଣି କରି ମଜାନେଉଛନ୍ତି।ରାମେଶ୍ବର ତଥା ଏହାର ଆଖପାଖ ଗ୍ରାମରେ ଘରେ ଘରେ ବନ୍ଧୁବାନ୍ଧବ ଭିଡ ମଧ୍ୟରେ ବେଶ ଭଗବତ ମେଳନ ଚାଲିଛି।ଆଖପାଖ ଅଂଚଳର ହଜାର ହଜାର ଲୋକ ଏହି ମେଳନ ଦେଖିବାକୁ ଛୁଟି ଆସୁଛନ୍ତି। ଚଳିତ ବର୍ଷ ଭଗବତ ଦେବ ମେଳନ ପଡିଆରେ ଦୋକାନ କରି ବ୍ୟବସାୟୀ କରି ଭଲ ରୋଜଗାର କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଯାତ୍ରା କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାରୁ ମହିଳାମାନେ ନିର୍ଭୟ ରେ ବୁଲାବୁଲି କରୁଥିବା କହିଛନ୍ତି।ପ୍ରତିଦିନ ରାତିରେ ଅପେରା ଅନୁଷ୍ଠିତ ହେଉ ଥିବାରୁ ଲୋକମାନେ ବହୁସଂଖ୍ୟାରେ ଯାତ୍ରା ଦେଖିବାକୁ ଆସିଥାନ୍ତି।ପ୍ରତିବର୍ଷ ଭଳି ଚଳିତ ବର୍ଷ ଭଗବତ ମେଳନ ସୁରୁଖୁରୁରେ ହେଉ ପ୍ରଭୁ ଭଗବତ ଦେବଙ୍କ ନିକଟରେ ପ୍ରାର୍ଥନା।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।