ମୋ ଟିଭି ଓଡିଶା / ଗଞ୍ଜାମ : ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ମହିଳା ଗଣବଳାତ୍କାରର ଶିକାର ହୋଇଛନ୍ତି। ଖଇରାପଲ୍ଳୀ ଗ୍ରାମସ୍ଥିତ ହ୍ରଦ ନିକଟରୁ ବୁଧବାର ସକାଳେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ଉଦ୍ଧାର କରି କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରିଛି। ପୀଡ଼ିତା ଜଣକ ବୁଗୁଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ବାବନପୁର ଅଞ୍ଚଳର ୨ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତଦନ୍ତରେ ବାଧା ଉପୁଜିବା ଦର୍ଶାଇ ପୋଲିସ କିଛି ମୁହଁ ଖୋଲୁନାହିଁ। ପୀଡ଼ିତାଙ୍କ କହିବାନୁସାରେ, ମଙ୍ଗଳବାର ଅପରାହ୍ନରେ ୪ଜଣ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ତାଙ୍କୁ ଖଇରପଲ୍ଲୀ ପାହାଡ଼ ଉପରକୁ ଉଠାଇ ନେଇଥିଲେ। ତାଙ୍କୁ ସେଠାରେ ମାଡ଼ମାରିବା ସହ ଗଣବଳାତ୍କାର କରି ଯୌନାଙ୍ଗରେ ମଦ ବୋତଲ ପୂରାଇ ଦେଇଥିବା ମହିଳା ଜଣକ କହିଛନ୍ତି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି l ପୋଲିସ ଏ ନେଇ ମାମଲା (୧୬୭/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ରକରି ମହିଳାଙ୍କୁ ବଳାତ୍କାର ପରେ ମାଡ଼ ମରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ମହିଳାଙ୍କୁ ଗଣବଳାତ୍କାର

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।