February 2, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ମାନଝରି ଗାଁ ରୁ ବିରଳ ବଜ୍ରକାପ୍ତା ଉଦ୍ଧାର,ବନ ବିଭାଗ କୁ ହସ୍ତାନ୍ତର।


କଳାହାଣ୍ଡି୧୨/୦୯(ସନତ ପ୍ରଧାନୀ) :
ଗାଁ ମୁହାଁ ହେଉଛନ୍ତି ବନ୍ୟ ଜନ୍ତୁ, ମାଙ୍କଡ଼, ହାତୀ ପରେ ବର୍ତ୍ତମାନ ବଜ୍ରକାପ୍ତା। କଳାହାଣ୍ଡି ଜିଲ୍ଲା କେଗାଁ ରେଞ୍ଜ ଗୋଲାମୁଣ୍ଡା ବ୍ଲକ ମାନଝରି ସ୍ଥିତ ଏକ ଘରୁ ବଜ୍ରକାପ୍ତା କୁ ଉଦ୍ଧାର କଲେ ସ୍ଥାନୀୟ ଗ୍ରାମବାସୀ। ଘଟଣା ରୁ ପ୍ରକାଶ ଯେ ବୁଧବାର ବିଳମ୍ବିତ ରାତ୍ରିରେ ମାନଝରି ଗ୍ରାମର ପ୍ରେମଲାଲ ଅଘରିଆ ଙ୍କ ଘରେ ଏକ ବିରଳ ବଜ୍ରକାପ୍ତା ପଶିଥିବା ପରିବାର ଲୋକେ ଦେଖି ବନ ବିଭାଗ କୁ ଖବର ଦେଇଥିଲେ।

ଗୋଲାମୁଣ୍ଡା ବନ ବିଭାଗ ପକ୍ଷରୁ ଟୁଲୁ ପରଛା, ଜିତେନ୍ଦ୍ର ନାଏକ,ବିଶ୍ୱଜିତ ବଗର୍ତ୍ତୀ, ଓମପ୍ରକାଶ ରଣା ପ୍ରମୁଖ ମାନଝରୀ ଗାଁ କୁ ଯାଇ ବଜ୍ରକାପ୍ତା ଟିକୁ ଉଦ୍ଧାର କରି କେଗାଁ ରେଞ୍ଜର କୁ ହସ୍ତାନ୍ତର କରିଥିବା ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି । ଗୁରୁବାର ସକାଳ ୯ ରେ ବନବିଭାଗ କର୍ମଚାରୀ ଗୋଲାମୁଣ୍ଡା ପ୍ରାଣୀ ଚିକିତ୍ସାଲୟ କୁ ଆଣି ଚିକିତ୍ସିତ କରିଥିବା ବେଳେ ବଜ୍ରକାପ୍ତା ସୁସ୍ଥ ଥିବା ସ୍ୱାସ୍ଥ୍ୟ ଅଧିକାରୀ ସୁଚନା ଦେଇଛନ୍ତି।

ବଜ୍ରକାପ୍ତା କୁ କେଗାଁ ରେଞ୍ଜ ର ବର୍ତ୍ତମାନ ରଖିଥିବା ବେଳେ ଜିଲ୍ଲା ବନାଞ୍ଚଳ ଅଧିକାରୀ କହିବା ପରେ ଜଙ୍ଗଲ ରେ କିମ୍ବା ଚିଡ଼ିଆ ଖାନା ରେ ଛାଡି ଦିଆଯିବ ବୋଲି ବନପାଳ ରମେଶ ପଣ୍ଡା ସୂଚନା ଦେଇଛନ୍ତି। ବଜ୍ରକାପ୍ତା ଦେଖିବା ପାଇଁ ମାନଝରି ଗାଁ ରେ ଭିଡ଼ ପରିଲକ୍ଷିତ ହୋଇଥିଲା। ତେବେ ଜଙ୍ଗଲ ଦିନକୁ ଦିନ ନଷ୍ଟ ହେବା ଫଳରେ ବନ୍ୟ ଜନ୍ତୁ ଗାଁ ମୁହାଁ ହେଉଛନ୍ତି ବୋଲି ପ୍ରକୃତି ବନ୍ଧୁ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରକାଶ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।