ମୋ ଟିଭି ଓଡିଶା / ପୁରୀ :
ଆଜି ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ। ସରିଲା ମହାପ୍ରଭୁଙ୍କ ଜନ୍ମବେଦି ଲୀଳା । ଏବେ ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ । ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ । ଶ୍ରୀମନ୍ଦିର ରତ୍ନବେଦିରେ ଉଭା ହେବେ ଶ୍ରୀବିଗ୍ରହ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ବାରଣ ନାହିଁ । ହେଲେ କାଳିଆସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ । ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣଲା ପରେ ମନ୍ଦିର ପ୍ରବେଶକୁ ମିଳିବ ଅନୁମତି।
ଆଜି ରାଜ୍ୟ ପାଳୁଛି ରସଗୋଲା ଦିବସ । ମିଠା ଦୋକାନରେ ଗ୍ରାହକଙ୍କ ଭିଡ । ନୀଳାଦ୍ରି ବିଜେ ସମୟରେ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମନାଇବେ ଜଗନ୍ନାଥ । ରସଗୋଲା ଜଗନ୍ନାଥ ସଂସ୍କୃତି ସହ ବହୂ ପୂରାତନ କାଳରୁ ଜଡିତ । ପ୍ରତିବର୍ଷ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଦିନ ରସଗୋଲା ଦିବସ ପାଳନ କରାଯାଏ । ବିଶ୍ବରେ ରସଗୋଲାର ସ୍ବାଦକୁ ପହଞ୍ଚାଇବାକୁ ପାଇଁ ୨୦୧୫ ମସିହାଠାରୁ ରାଜ୍ୟରେ ରସଗୋଲା ଦିବସ ପାଳନ କରାଯାଉଛି ।
ଜଗନ୍ନାଥ ମନ୍ଦିର ପରମ୍ପରାରେ ରସଗୋଲାର ବ୍ୟବହାର ଅନେକ ପୂରାତନ କାଳରୁ ହୋଇ ଆସୁଛି । ଏହା କେବେ ଆରମ୍ଭ ହେଲା ସେନେଇ କୌଣସି ସଠିକ ପ୍ରମାଣ ଲିପିବଦ୍ଧ ନାହିଁ । ରଥଯାତ୍ରା ସମୟରେ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାଇଥିଲେ ଶ୍ରୀଜିଉ । ଅଭିମାନିନୀ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥିବାରୁ ସେ ଅଭିମାନ କରିଥିଲେ । ନୀଳାଦ୍ରି ବିଜେ ଦିନ ଜଗନ୍ନାଥ ଶ୍ରୀମନ୍ଦିର ପ୍ରବେଶ କରିବା ସମୟରେ ରାଗିକି ବାଟ ବନ୍ଦ କରି ଦିଅନ୍ତି ମା ଲକ୍ଷ୍ମୀ । ଏହି ସମୟରେ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ରସଗୋଲା ଖୋଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା ।
ରଥ ଉପରେ ଶ୍ରୀଜୀଉମାନଙ୍କ ସଂନ୍ଧ୍ୟାଧୂପ ନୀତି ସମ୍ପନ୍ନ ହେବା ପରେ ଚାରମାଳ ବନ୍ଧା ହେବ । ବିଜେ କାହାଳୀ ବାଜିବା ପରେ ବନ୍ଦାପନାଓ ଡ଼ୋରଲାଗି ନୀତି ଅନୁଷ୍ଠିତ ହେବ । ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ । ମା ମହାଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ରସଗୋଲା ଭୋଗ କରାଯିବା ସହ ରୁକ୍ମିଣୀ ବିବାହର ଗଇଁଠାଳ ଫିଟିବ ।
ଆସନ୍ତାକାଲିଠାରୁ ପୁଣି ରତ୍ନସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେବେ ଠାକୁର। କିଛି ଦିନ ପରେ ପୁଣି ଶ୍ରୀମନ୍ଦିର ହେବ ଚଳଚଞ୍ଚଳ। ପୁଣି ଶ୍ରୀମନ୍ଦିରରେ ଦେଖିବାକୁ ମିଳିବ ଗହଳି ଚହଳି, ମହାପ୍ରଭୁଙ୍କ ନୀତିକାନ୍ତି ହେବ। ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିବ। ନୀଳାଚଳ ଧାମରୁ ପୁଣି ବାହାରିବ ନୀଳାଚଳ ଅବଢ଼ା l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।