MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବାଣପୁର ଶାଖା ତରଫରୁ ସ୍ଥାନୀୟ ରଙ୍କନାଥ ଦେବ ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି

ମୋ ଟିଭି ଓଡିଶା / ଖୋର୍ଦ୍ଧା : ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବାଣପୁର ଶାଖା ତରଫରୁ ସ୍ଥାନୀୟ ରଙ୍କନାଥ ଦେବ ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଡ଼. ଚିନ୍ତାମଣି ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶିକ୍ଷକ ରବୀନ୍ଦ୍ର ସେଠି ଯୋଗଦେଇଥିଲେ।
ଏହି ଅବସରରେ ହିନ୍ଦୁ ସଂସ୍କୃତିରେ ରକ୍ଷା ବନ୍ଧନର ମହତ୍ୱ ବିଷୟରେ ଅତିଥି ମାନେ ଆଲୋକପାତ କରିବା ସହ ଆରଏସଏସ ର ନିସ୍ଵାର୍ଥପର ରାଷ୍ଟ୍ର ସେବା ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସ୍ୱୟଂସେବକ ଏବଂ ଦେଶ ମାତୃକାର ସେବା ନିମନ୍ତେ ସର୍ବଦା ତତ୍ପର ହୋଇ ରହିବା ଜଣେ ସ୍ୱୟଂସେବକର କର୍ତ୍ତବ୍ୟ ବୋଲି ମୁଖ୍ୟ ଅତିଥି କହିଥିଲେ।ଆରଏସଏସ ୧୯୨୫ ମସିହାରୁ ଭାରତବର୍ଷରେ ସେବା କାର୍ଯ୍ୟ ଜାରି ରଖିଛି ଏବଂ ଭାରତକୁ ବିଶ୍ୱଗୁରୁ ଭାବେ ଗଢ଼ି ତୋଳିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବାର ମୁଖ୍ୟ ବକ୍ତା କହିଥିଲେ।ଏହି ଅବସରରେ ବାଣପୁର ଖଣ୍ଡର ଏକାଧିକ ସ୍ୱୟଂସେବକ ଓ ଶୁଭେଚ୍ଛୁ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ।ଅନୁରୂପଭାବେ ସଂଘ ପକ୍ଷରୁ ଗୋ ପୂଜନ କାର୍ଯ୍ୟକ୍ରମ କରାଯିବା ସହ ସ୍ଥାନୀୟ ବାସିନ୍ଦା ଏବଂ ସରକାରୀ କର୍ମଚାରୀଙ୍କୁ ରାକ୍ଷୀ ବନ୍ଧାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବାଣପୁର ଖଣ୍ଡ କାର୍ଯ୍ୟବାହ ପ୍ରଶାନ୍ତ ସୁପକାର ପରିଚାଳନା କରିଥିବା ବେଳେ ଅନ୍ୟ ସ୍ୱୟଂସେବକ ମାନେ ସହଯୋଗ କରିଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।