February 24, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବିଜ୍ଞାନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୩୩ ଜଣଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ।

ମୋ ଟିଭି ଓଡିଶା / ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ପ୍ରଥମ ଜାତୀୟ ମହାକାଶ ଦିବସ । ଦିନକ ପୂର୍ବରୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି । ବିଜ୍ଞାନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୩୩ ଜଣଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ୪ଟି ବର୍ଗ ବିଜ୍ଞାନ ରତ୍ନ, ବିଜ୍ଞାନ ଟିମ୍‌, ବିଜ୍ଞାନ ଯୁବ ଓ ବିଜ୍ଞାନ ଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି । ୩୩ ବୈଜ୍ଞାନିକଙ୍କ ମଧ୍ୟରୁ ୧୮ ଜଣ ଯୁବ ବୈଜ୍ଞାନିକ ରହିଛନ୍ତି ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଯେକୌଣସି କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ରଖିଥିବା ବୈଜ୍ଞାନିକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ । ଜୈବରସାୟନବିତ୍‌ ଗୋବିନ୍ଦରାଜନ ପଦ୍ମନାଭନଙ୍କୁ ବିଜ୍ଞାନ କ୍ଷେତ୍ରରେ ଯୋଗଦାନ ପାଇଁ ବିଜ୍ଞାନ ରତ୍ନ ପୁରସ୍କାର ପ୍ରଦାନ କରିଥିଲେ ରାଷ୍ଟ୍ରପତି ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର କୌଣସି କ୍ଷେତ୍ରରେ ଗବେଷଣାରେ ଅବଦାନ ପାଇଁ ୩ କିମ୍ବା ଅଧିକ ବୈଜ୍ଞାନିକ ଟିମ୍‌କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା |ବିଜ୍ଞାନ ଟିମ୍‌ ପୁରସ୍କାର ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଚନ୍ଦ୍ରଯାନ-୩ ଟିମ୍‌କୁ ପ୍ରଦାନ କରାଯାଇଛି ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇଥିବା ୧୩ ଜଣଙ୍କୁ ବିଜ୍ଞାନ ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ନିଜ ନିଜ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର କୌଣସି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୟୁବ-ଏସଏସବି ପୁରସ୍କାର ୧୮ ଜଣ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଇଥିଲା। ଭାରତ ମହାସାଗରର ଉତ୍ତାପ ଏବଂ ଏହାର ପରିଣାମ, ସ୍ବଦେଶୀ 5G ଷ୍ଟେସନର ବିକାଶ ଏବଂ କ୍ୱାଣ୍ଟମ୍ ମେକାନିକ୍ସର ଯୋଗାଯୋଗ ଏବଂ ସଠିକ ପରୀକ୍ଷଣ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ଆଜି ଜାତୀୟ ମହାକାଶ ଦିବସ । ପ୍ରଥମ ଥର ପାଇଁ ଏହି ଦିବସ ପାଳୁଛି ଦେଶ। ଆଜିର ଦିନରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । ମକାକାଶ ବିଜ୍ଞାନର ଗାଥାକୁ ମନେ ପକାଇବାକୁ ଏଦି ହିବସ ପାଳନ କରାଯାଉଛି । ଏହି ଦିବସ ପୂର୍ବରୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।