January 28, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାସନ କାର୍ଡ : କିଏ କଟିବେ, କିଏ ପାଇବେ

ମୋ ଟିଭି ଓଡିଶା / ଭୁବନେଶ୍ୱର :

ରାଜ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଫଲ୍ସ ବା ଜାଲ୍ ରାସନ କାର୍ଡ ହାତାଧିକାରୀ । ବର୍ତ୍ତମାନ ଶୁଦ୍ଧା ୨୫ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଆଗକୁ ଏ ସଂଖ୍ୟା ଆହୁରି ବଢ଼ିପାରେ। କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ଭୂତ ହିତାଧିକାରୀଙ୍କ ଚିହ୍ନଟ ଚାଲିଛି । ଏହି ମାସ ଶେଷ ଶୁଦ୍ଧା ଭୂତ ହିତାଧିକାରୀଙ୍କ ଚିହ୍ନଟ ଶେଷ ହେବ । ଫଲ୍ସ ରାସନ କାର୍ଡ ଚିହ୍ନଟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଜିଲ୍ଲାରେ  ଭୂତ କାର୍ଡ ଅଛି, ତାକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେତେ ଫଲ୍ସ କାର୍ଡ ବାହାରିବେ ସେତିକି ନୂଆ ଲୋକଙ୍କୁ ଯୋଡ଼ା ଯିବ । ସଠିକ ହିତାଧିକାରୀଙ୍କୁ ସାମିଲ କରାଯିବ । ଆଉ ୧୦୦ ଦିନ ଭିତରେ ନୂଆ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବ। ମନ୍ତ୍ରୀ କହିଛନ୍ତି, ଗୋଟେ ଲୋକ ମରି ଯାଇଥିଲେ ମଧ୍ୟ ତା ନାଁରେ ଚାଉଳ ଯାଉଥିଲା । ଆଉ ଆଗାମୀ ଦିନରେ ନୂଆ କାର୍ଡ ସବୁ ନିଜ ଜିଲ୍ଲାରେ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ମନ୍ତ୍ରୀ ବାଣ୍ଟିବେ ।

କିଏ କଟିବେ, କିଏ ପାଇବେ?

  • ରାଜ୍ୟରେ ଅଛନ୍ତି ଲକ୍ଷ ଲକ୍ଷ ଜାଲ୍ ରାସନ କାର୍ଡ ହାତାଧିକାରୀ
  • ବର୍ତ୍ତମାନ ଶୁଦ୍ଧା ଚିହ୍ନଟ ହୋଇଛନ୍ତି ୨୫ ଲକ୍ଷ ଭୂତ ହିତାଧିକାରୀ
  • ଆଗକୁ ଆହୁରି ବଢ଼ିପାରେ ଭୂତ ହିତାଧିକାରୀଙ୍କ ସଂଖ୍ୟା
  • ମାସ ଶେଷ ଶୁଦ୍ଧା ଭୂତ ହିତାଧିକାରୀଙ୍କ ଚିହ୍ନଟ ଶେଷ ହେବ
  • ଫଲ୍ସ ରାସନ କାର୍ଡ ଚିହ୍ନଟ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ
  • ସବୁ ଜିଲ୍ଲାରେ ଥିବା ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ
  • ଯେତେ ଫଲ୍ସ କାର୍ଡ ବାହାରିବ ସେତିକି ନୂଆ ଲୋକଙ୍କୁ ଯୋଡ଼ା ଯିବ
  • ଗୋଟେ ଲୋକ ମରି ଯାଇଥିଲେ ମଧ୍ୟ ତା ନାଁରେ ଚାଉଳ ଯାଉଥିଲା
  • ଆଗାମୀ ଦିନରେ ନିଜ ନିର୍ବାଚନ ମଣ୍ଡଳୀରେ କାର୍ଡ ବାଣ୍ଟିବେ ବିଧାୟକ ଓ ମନ୍ତ୍ରୀ
Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।