ମୋଟିଭି ଓଡ଼ିଶା,ଦାରିଙ୍ଗବାଡି:( ସୁଶାନ୍ତ କୁମାର ସାହୁ):
ରାସନ କାର୍ଡ ଦୁର୍ନୀତି ର ତଦନ୍ତ କଲେ ଫୁଲବାଣୀର ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଡି.କେ ପାଣିଗ୍ରାହୀ । ଏନେଇ ଭୂତ ଚାଉଳ ନେଉଥିବା ନେଇ ଖବର ପ୍ରକାଶ ପାଇଥିବା । ଏହା ପରେ ତତ୍ପର ହୋଇଥିଲା ଜିଲ୍ଲା ଯୋଗାଣ ବିଭାଗ । ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତର ଜୁଡ଼ାବାଡ଼ି ଗ୍ରାମର ମୃତ ସରମା ମାଝୀ ଓ ଯମୁନା ମାଝୀ ଙ୍କ ନାମରେ ଅନ୍ତୋଦୟ ଅନ୍ନ ଯୋଜନାରେ ରାସନ କାର୍ଡ ରହିଥିଲା । ଏନେଇ ସମ୍ପର୍କୀୟ ମୃତ୍ୟୁ ପରେ ଚାଉଳ ନେଇ ନଥିବା ତଦନ୍ତ ବେଳେ କହିଥିଲେ । ସେହିପରି ଯୁଡ଼ାବାଡ଼ି ଗ୍ରାମର ମୃତ ଶଶି ସାହୁ ଓ ଝିଅ ପବିତ୍ରା ସାହୁଙ୍କ ନାମରେ ରାସନ କାର୍ଡ ରହିଥିବା ବେଳେ ମୃତ ପରେ ତାଙ୍କ ସମ୍ପର୍କୀୟ କୌଣସି ଚାଉଳ ନେଇନଥିବା ପ୍ରକାଶ କରିଥିଲେ । ଦଡିବାଡ଼ି ଗ୍ରାମର ସମ୍ବାତା ପ୍ରଧାନ ଅନ୍ତୋଦୟ ଅନ୍ନ ଯୋଜନା ରାସନ କାର୍ଡରେ ୩ ମାସର ଚାଉଳ ପାଇନଥିବା ବେଳେ ମୃତ ରୁଦ୍ରାଣି ସାହୁ, ମୁକ୍ତା ବେହେରା ଓ ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ତିନି ମାସର ଚାଉଳ ପାଇନଥିବା ସମ୍ପର୍କୀୟ ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲେ । ଏଭଳି ଭାବେ ତଦନ୍ତ ବେଳେ ସ୍ପଷ୍ଟ ଭାବେ ଜଣା ପଡ଼ୁଛି ଯେ ଏକାଧିକ ମୃତ ବ୍ୟକ୍ତି ଙ୍କ ଚାଉଳ ହଡପ ହୋଇଛି । ଏନେଇ ତଦନ୍ତକାରି ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ତଦନ୍ତ ହେବା ପରେ ସମ୍ପୃକ୍ତ ଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ତଦନ୍ତ ବେଳେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମେତ ଦାରିଙ୍ଗବାଡି ଯୋଗାଣ ନିରୀକ୍ଷକ ନିହାର ରଞ୍ଜନ ବେହେରା, ତୁମ୍ବୁଡ଼ିବନ୍ଧ ଯୋଗାଣ ନିରୀକ୍ଷକ ପ୍ରମୁଖ ଉପସ୍ଥିତି ଥିଲେ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।