January 25, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ରାଜ୍ୟରେ ୧୬ ଲକ୍ଷରୁ ଅଧିକ ଲୋକଙ୍କ ରାସନ କାର୍ଡ କଟିଛି….

ମୋ ଟିଭି ଓଡିଶା / ଭୁବନେଶ୍ୱର : ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କଷ୍ଣଚନ୍ଦ୍ର ପାତ୍ର ରାସନ କାର୍ଡକୁ ନେଇ ବଡ଼ ସୂଚନା ପ୍ରଦାନ କରିଛନ୍ତି। ବିଧାନସଭାରେ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ଗତ ୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାଞ୍ଚ୍ କରାଯାଇ ୧୬,୨୭,୯୨୦ ଜଣଙ୍କର ରାସନ କାର୍ଡ କଟାଯାଇଛି। ଯାଞ୍ଚ୍ ପରେ ଏସବୁ ହିତାଧିକାରୀମାନେ ଅଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର ରାସନ କାର୍ଡ ତାଲିକାରୁ ମୃତ ଓ ଅଯୋଗ୍ୟ ଆଧାରରେ ୧୬,୨୭,୯୨୦ ଜଣଙ୍କ ନାମ ହଟାଇ ଦେଇଛନ୍ତି। ଏହା ସହିତ ଏହି ସରକାରୀ ସୁଯୋଗରୁ ବଞ୍ଚିତଥିବା ଲୋକଙ୍କୁ ଏଥିରେ ସାମିଲ କରାଯାଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାର ନିକଟରେ ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କ କାର୍ଡକୁ ଆଧାର ସହ ଇ-କେୱାଇସି ଲିଙ୍କ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଦ୍ୱାରା ଅଯୋଗ୍ୟ କାର୍ଡଧାରୀଙ୍କ କାର୍ଡ କଟାଯାଇ ପାରିବ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।