ମୋ ଟିଭି ଓଡିଶା / ପୁରୀ :
ଦୀର୍ଘ ୪୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଜି (ରବିବାର) ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାକୁ ଯାଉଛି । ରତ୍ନଭଣ୍ଡାର ଖୋଲିବା ନେଇ ଜାରି କରାଯାଇଛି SOP । ପ୍ରତି କାର୍ଯ୍ୟ ସ୍ବତନ୍ତ୍ର ବିଧି ଅନୁସାରେ ହେବ । ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାରର ଗଣତି ମଣତି ହେବ । ପ୍ରେସମିଟ କରି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି । ଏହାସହ ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟା ସମୟରେ ଦର୍ଶନରେ କୌଣସି ବାଧା ଉପୁଜିବ ନାହିଁ ବୋଲି ମଧ୍ୟ ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଶେଷଥର ପାଇଁ ୧୯୭୮ ମସିହାରେ ଖୋଲି ଥିଲା । ଆଜି ଦିନ ୧ ଟାରୁ ୧. ୩୦ଟା ମଧ୍ୟରେ ରତ୍ନଭଣ୍ଡାର ଖୋଲିବାକୁ ଯୋଜନା କରାଯାଇଛି ।

ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏସଓପି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ପରେ ଏସଓପି ପ୍ରଦାନ କରାଯାଇଛି । ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସ୍ବଚ୍ଛତାର ସମସ୍ତ କାର୍ଯ୍ୟର ପରିଚାଳନା କରାଯିବ । ଅଳଙ୍କାରର ସଂଖ୍ୟା, ମାନ ଓ ଓଜନ ନିର୍ଦ୍ଧାରଣ କରାଯିବ । ଅଳଙ୍କାର ଗୁଡ଼ିକର ଡିଜିଟାଲ କାଟାଲଗ୍ କରାଯିବ । ପ୍ରଥମ ପର୍ଯ୍ୟାୟରେ ରତ୍ନଭଣ୍ଡାର ଖୋଲିବ ତା’ ପରେ ମରାମତି ଏବଂ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ଏସଓପି ନେଇ ଚାଲିଛି ଜରୁରୀ ବୈଠକ । କେଉଁମାନେ ରତ୍ନ ଭଣ୍ଡାର ଭିତରକୁ ଯିବେ ସେ ନେଇ ମଧ୍ୟ ଏସଓପି କରାଯାଇଛି ।
ନିୟମ ଅନୁସାରେ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଶ୍ରୀମନ୍ଦିର ବାହାରକୁ ଯିବ ନାହିଁ । ତେଣୁ ଆମେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହାୟତା ନେବୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ରତ୍ନ ଭଣ୍ଡାର ଖୋଲିବା ସମୟରେ ଆରବିଆଇର ପ୍ରତିନିଧି ଉପସ୍ଥିତ ହେବେ । କେତେବେଳେ ରତ୍ନ ଭଣ୍ଡାର ଖୋଲିବ ସେ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଷ୍ପତ୍ତି ନେବେ । ରତ୍ନ ଭଣ୍ଡାର ଚାବି ନ ଖୋଲିଲେ ଚାବି ଭଙ୍ଗାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।