କଳାହାଣ୍ଡି:୧୦/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଛିଲିପାମାଲ ଗ୍ରାମରେ ନବ ନିର୍ମିତ ଶ୍ରୀ ଶ୍ରୀ ଶ୍ରୀ କାଳେଶ୍ୱର ମହାଦେବ ଙ୍କ ମନ୍ଦିର ରତ୍ନମୁଦ ଉତ୍ସବ ମଙ୍ଗଳବାର ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି।

ରତ୍ନମୁଦ ଉତ୍ସବ ଅବସରରେ ମଙ୍ଗଳବାର ସକାଳ ରୁ ଗ୍ରାମ ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ନାମ ସଂକୀର୍ତ୍ତନ ସହ ଭକ୍ତିମୟ ପରିବେଶ ମଧ୍ୟରେ ମନ୍ଦିର ପରିସରରେ ରତ୍ନମୁଦ ଉତ୍ସବ ର ମୁଖ୍ୟ ପୂଜକ ଗୋପାଳ ଜି ଠାକୁର କାଳେଶ୍ୱର ମହାଦେବ ଙ୍କ ମହା ମୃତ୍ୟୁଞ୍ଜୟ ମନ୍ତ୍ର ସହ ପୂର୍ବ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ପୂଜାକର୍ତ୍ତା ଭାବେ ଲଡୁଗାଁ ଗ୍ରାମ ର ଜିତେନ୍ଦ୍ର ପଣ୍ଡା, ସସ୍ମିତା ପଣ୍ଡା ସପତ୍ନୀକ ପୂଜାବିଧି ତୁଲାଇଥିଲେ। ପୂର୍ବ ନିର୍ଦ୍ଧାରିତ ସମୟ ରେ ମନ୍ଦିର ରେ ରତ୍ନମୁଦ ଉତ୍ସବ ବିଧି ଅନୁସାରେ ପାଳନ କରାଯାଇଛି।
ଶ୍ରୀ କାଳେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସଭାପତି ଜନାର୍ଦ୍ଦନ ପଣ୍ଡା, ସମ୍ପାଦକ ଦେବେନ୍ଦ୍ର କୁମାର ପଣ୍ଡା, ବଳଭଦ୍ର ପଣ୍ଡା, ସୁଶାନ୍ତ ପୁରୋହିତ, ସୁରେଶ ନାଗ, କିଶୋର ଚନ୍ଦ୍ର ପଣ୍ଡା, ମଧୁସୂଦନ ପୁଞ୍ଜି, ଅନୁପ ପଣ୍ଡା, ମୋହନଲାଲ ବିଶି, ନବୀନ ଖର୍ସେଲ, ଡମ୍ବରୁଧର ପୁଞ୍ଜି, ଭାଗିରଥି ଖର୍ସେଲ, ଭୁଜବଲ ନାଏକ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ରତ୍ନମୁଦ ଉତ୍ସବ ର ସମସ୍ତ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ରତ୍ନମୁଦ ଉତ୍ସବ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହିଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।